କାଶୀପୁରରେ ପ୍ରେମ ପାଇଁ ହତ୍ୟା, ପ୍ରେମିକ ମୃତ,ପ୍ରେମିକା ଗୁରୁତର

Published By : Prameya-News7 Bureau | September 11, 2024 IST

କାଶୀପୁର ୧୧/୯: ପ୍ରେମ ପାଇଁ ଅଭାବନୀୟ କାଣ୍ଡ । ପ୍ରେମିକାର ବାପା ଆକ୍ରମଣରେ ପ୍ରେମିକ ମୃତ, ପ୍ରେମିକା ଗୁରୁତର । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅଡାଟାକିରି ଗାଁରେ ଚାଞ୍ଚଲ୍ୟ । ସ୍ଥାନୀୟ ଅଞ୍ଚଳର ବିଜୟ ମାଝିଙ୍କ ଝିଅର ମଙ୍ଗଲସିଂ ମାଝୀଙ୍କ ସହ ପ୍ରେମ ସଂପର୍କ ଥିଲା । ଯାହାକୁ ବିରୋଧ କରିଆସୁଥିଲେ ବାପା ବିଜୟ । ହେଲେ ଘର ଲୋକଙ୍କ କଥାକୁ ଅମାନ୍ୟ କରି ମଙ୍ଗଲ ସହ ମିଶୁଥିଲେ ଯୁବତୀ ।  ଯାହାକୁ ନେଇ ସବୁବେଳେ ୨ ପରିବାର ଭିତରେ କଳହ ଲାଗିରହୁଥିଲା । ଭିତରେ ଭିତରେ ରାଗରେ ଜଳୁଥିବା ବିଜୟ ବୁଧବାର ବାହାଘର କରାଇଦେବାକୁ ଡାକି ମରଣାନ୍ତକ ଆକ୍ରମଣ କରିଥିଲେ । ଆକ୍ରମଣରେ ପ୍ରେମିକର  ମୃତ୍ୟୁ ହୋଇଥିବାବେଳେ ଯୁବତୀ ଜଣକ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଆକ୍ରମଣ ପରେ ଅଭିଯୁକ୍ତ ବିଜୟ ଫେରାର ହୋଇଯାଇଛନ୍ତି । କାଶୀପୁର ପୋଲିସ ଘଟଣାର ତଦନ୍ତ କରୁଛି । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.