ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା, ଦେଶରେ ବଢ଼ିବ ଜନଔଷଧି କେନ୍ଦ୍ର ସଂଖ୍ୟା

Published By : Prameya-News7 Bureau | August 15, 2023 IST

ନୂଆଦିଲ୍ଲୀ, ୧୫/୦୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବାଧୀନତା ଦିବସରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧନ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଅନେକ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବତନ୍ତ୍ରତା ଦିବସ ଅବସରରେ ଲାଲକିଲ୍ଲାରୁ ଘୋଷଣା କରିଛନ୍ତି ଯେ, ଲୋକଙ୍କୁ ଶସ୍ତାରେ ଔଷଧ ଯୋଗାଇବା ପାଇଁ ଜନଔଷଧି କେନ୍ଦ୍ରର ସଂଖ୍ୟା ୧୦ ହଜାରୁ ବଢ଼ାଯାଇ ୨୫ ହଜାର କରିବା ନେଇ ଲକ୍ଷ୍ୟ ରହିଛି।

ଜନଔଷଧି କେନ୍ଦ୍ରର ଏହି ଦୋକାନ ସେହି ସ୍ଥାନରେ ଖୋଲାଯିବ, ଯେଉଁଠାରେ ଔଷଧର ଉପଲବ୍ଧତା କମ୍‌ ରହିଛି। ଆଉ ଲୋକଙ୍କ ଅଧିକ ଟଙ୍କା ଦେଇ ଔଷଧ କିଣିବାକୁ ପଡ଼ୁଛି। ପିଏମ ନରେନ୍ଦ୍ର ମୋଦୀ କହିଛନ୍ତି ଜନଔଷଧି କେନ୍ଦ୍ର ଲୋକଙ୍କୁ ବିଶେଷକରି ମଧ୍ୟମ ବର୍ଗଙ୍କୁ ନୂଆ ଶକ୍ତି ଦେଇଛି।

ଆହୁରି ପଢ଼ନ୍ତୁ: ଜୁଲାଇରେ ଲମ୍ବା ଲମ୍ଫ; ୧୫ ମାସରେ ସର୍ବୋଚ୍ଚ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି, ଦର ବୃଦ୍ଧି ମୁଖ୍ୟ କାରଣ

ଜନଔଷଧି କେନ୍ଦ୍ରରେ ଲୋକଙ୍କୁ ଔଷଧ ଖୁବ୍‌ ଶସ୍ତାରେ ମିଳିଥାଏ। ମୋଦୀ କହିଛନ୍ତି ଯଦି କାହାକୁ ମଧୁମେହ ହୋଇଛି ତାଙ୍କୁ ମାସିକ ପ୍ରାୟ ୩୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ଯେଉଁ ଔଷଧର ମୂଲ୍ୟ ୧୦୦ ଟଙ୍କା ସହ ରହିଛି। ତାହା ଜନଔଷଧି କେନ୍ଦ୍ରର ମାଧ୍ୟମରେ ଆମେ ଔଷଧ ୧୦ରୁ ୧୫ ଟଙ୍କାରେ ଉପଲବ୍ଧ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.