ଦୀର୍ଘ ମାସ ମହାକାଶରେ ଫଶି ରହିପାରନ୍ତି ସୁନିତା ୱିଲିୟମସ! ପୃଥିବୀକୁ ଫେରାଇ ଆଣିବାକୁ NASA କରିଛନ୍ତି ନୂଆ ଯୋଜନା

Published By : Prameya-News7 Bureau | June 29, 2024 IST

ୱାସିଂଟନ ୨୯।୬: ଭାରତୀୟ ବଂଶୋଦଭବ ଆମେରିକୀୟ ମହାକାଶ ଯାତ୍ରୀ ସୁନିତା ୱିଲିୟମସ୍ ଓ ତାଙ୍କ ସାଥୀ ବୁଚ୍ ୱିଲ୍ମର ଗତ କିଛି ଦିନ ହେଲା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ୍)ରେ ଫଶି ରହିଛନ୍ତି। ଏହି ଦୁଇ ମହାକାଶ ଯାତ୍ରୀଙ୍କୁ ପୁଣି ପୃଥିବୀ ଫେରାଇ ଆଣିବାକୁ ଏବେ ଦୀର୍ଘ ମାସ ସମୟ ଲାଗି ପାରେ, କାରଣ ଆମେରିକୀୟ ମହାକାଶ ଏଜେନ୍ସୀ ଏହି ମିସନର ସମୟ ବଢାଇବାକୁ ଯୋଜନା କରୁଛନ୍ତି। 

ରିପୋର୍ଟ ଅନୁସାରେ ନାସାର ଜନୈକ ଅଧିକାରୀ ଷ୍ଟିଭ ଷ୍ଟିଚ୍ କହିଛନ୍ତି ଯେ ଆମେରିକୀୟ ମହାକାସ ଏଜେନ୍ସୀ ଷ୍ଟାର ଲାଇନର ମିସନର ଅବଧିକୁ ୪୫ ଦିନରୁ ବଢାଇ ୯୦ ଦିନ କରିବାକୁ ବିଚାର କରୁଛନ୍ତି। ସେ କହିଛନ୍ତି ଯେ ବୋଇଂ ଷ୍ଟାରଲାଇନରର ପ୍ରତ୍ୟାବର୍ତ୍ତନ ନେଇ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଧିଷ୍ଟ ତାରିଖ ଧାର୍ଯ୍ୟ ହୋଇ ନାହିଁ। ତେବେ ଷ୍ଟିଭ ଷ୍ଟିଚ୍ କହିଛନ୍ତି ଯେ ଆମେ ନ୍ୟୁ ମେକ୍ସିକୋରେ ହେଉଥିବା ଏକ ପରୀକ୍ଷଣର ସମୟ ସୀମା ଉପରେ ଫୋକସ କରିଛୁ। ତାର ଡାଟା ସମୀକ୍ଷା କରାଯିବ, ଯାହା ସବୁଠୁ ଆହ୍ୱାନପୂର୍ଣ୍ଣ। ଏଥିରେ ଲ୍ୟାଣ୍ଡିଂର ତାରିଖ ଧାର୍ଯ୍ୟ କରାଯିବ। 

ରିପୋର୍ଟ ଅନୁସାରେ ନ୍ୟୁ ମେକ୍ସିକୋରେ ବୋଇଂ ଓ ନାସା ପରୀକ୍ଷା କରି ଏହା ବୁଝିବାକୁ ଚେଷ୍ଟା କରୁଛନ୍ତି ଯେ ଷ୍ଟାର ଲାଇନର ତା ଯାତ୍ରାର ପ୍ରଥମ ପର୍ଯ୍ୟାୟରେ ବିଫଳ କାହିଁକି ହୋଇଛି। ଜଣେ ଅନ୍ୟ ଅଧିକାରୀ ମାର୍କ ନପି କହିଛନ୍ତି ଯେ ଇଞ୍ଜିନିୟରମାନେ ଏବେବି ଷ୍ଟାର ଲାଇନର ଗଡ଼ବଡି ପଛର କାରଣ ଜାଣିବାକୁ ଚେଷ୍ଟା କରୁଛନ୍ତି। ତେବେ ଏହି ମିସନର ଅବଧି ୯୦ ବଢିବ କି ନା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ଷ୍ଟିଭ ଷ୍ଟିଚ୍ କହିଛନ୍ତି ଯେ କେତେ ଦିନ ଲାଗି ବଢା ଯାଇ ପାରିବ ସେଥି ପାଇଁ ଅଧିକାରୀମାନଙ୍କୁ ଷ୍ଟାର ଲାଇନରର ବ୍ୟାଟେରୀ ଲାଇଫ ଉପରେ ଧ୍ୟାନ ଦେବାକୁ ହେବ। ତେବେ ମହାକାଶ କେନ୍ଦ୍ରରେ ବ୍ୟାଟେରୀ ରିଚାର୍ଜ କରାଯାଇ ପାରେ। ହେଲେ ୯୦ ଦିନ ପରେ ବ୍ୟାଟେରିଗୁଡିକ ସେପରି କାମ କରିବା ଦରକାର ଯେପରି ପ୍ରଥମ ୪୫ ଦିନରେ କାମ କରୁଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.