ପାକିସ୍ତାନରେ ଭୟଙ୍କର ଦୁର୍ଘଟଣା, ୭ ମୃତ

Published By : Prameya-News7 Bureau | July 01, 2024 IST

ପେଶାୱାର ୦୧।୦୭: ପାକିସ୍ତାନର କରାଚିରୁ ଏକ ଭୟଙ୍କର ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ଯେଉଁଠାରେ ଦ୍ରୁତ ଗତିରେ ଆସୁଥିବା ଗାଡି ଫୁଟପାଥ ସହିତ ଧକ୍କା ହେବା ଫଳରେ ଅତିକମରେ ୭ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ପୋଲିସ ରବିବାର ଦିନ ଏହି ସୂଚନା ଦେଇଛି। ପୋଲିସର ସୂଚନାନୁସାରେ, ସିନ୍ଧ ପ୍ରଦେଶରେ ଏହି ଦୁର୍ଘଟଣା ଘଟିଥିଲା । ଯେତେବେଳେ ଏକ ଟ୍ରଲର ତଥା ଟ୍ରକ ୟୁ-ଟର୍ନ ନେଇଥିଲା ଏବଂ ପଛରୁ ଆସୁଥିବା ବସ୍‌ ଏହା ସହ ଧକ୍କା ହୋଇ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁକୁ ନେଇ ସିନ୍ଧ ପ୍ରଦେଶର ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି।

ରିପୋର୍ଟ ଅନୁଯାୟୀ ଟ୍ରକ ଡ୍ରାଇଭର ଫେରାର୍‌ ହୋଇଥିବାବେଳେ ଦୁର୍ଘଟଣାରେ ବସ୍‌ ଡ୍ରାଇଭର ଆହତ ହୋଇଥିବା ନେଇ ପୋଲିସ କହିଛି। ଏହି ଦୁର୍ଘଟଣାରେ ମହିଳା ଓ ଶିଶୁଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଛି। ଜରୁରୀକାଳୀନ ପ୍ରତିକ୍ରିୟା ଦଳ ଆହତମାନଙ୍କୁ ତୁରନ୍ତ ଚିକିତ୍ସା ସହାୟତା ପ୍ରଦାନ କରିଥିଲେ। ମୃତକଙ୍କ ମୃତଦେହକୁ ଅଧିକ ଆଇନଗତ ପ୍ରକ୍ରିୟା ପାଇଁ ସିଭିଲ ହସ୍ପିଟାଲ କରାଚି (CHK) କୁ ସ୍ଥାନାନ୍ତର କରାଯାଇଛି। କରାଚିରେ ଉତ୍ତାପ ତରଙ୍ଗ ସମୟରେ ମୃତ୍ୟୁ ଖବର ମଧ୍ୟ ଦୃଷ୍ଟି ଆକର୍ଷଣ କରିଛି। ଗତ କିଛି ଦିନ ମଧ୍ୟରେ ପାକିସ୍ତାନର ତାପମାତ୍ରା ୫୦ ଡିଗ୍ରୀରୁ ଅଧିକ ହୋଇଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.