ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଦରମା କେତେ ? ଜାଣନ୍ତୁ କ’ଣ କ’ଣ ମିଳିଥାଏ ସୁବିଧା…

Published By : Prameya-News7 Bureau | July 04, 2024 IST

ନୂଆଦିଲ୍ଲୀ ୦୪।୦୭: ଗୁରୁବାର ବ୍ରିଟେନରେ ସାଧାରଣ ନିର୍ବାଚନ । ହାଉସ୍ ଅଫ୍ କମନ୍ସରେ ୬୫୦ ସିଟରେ ହେଉଛି ମତଦାନ । ଆମେରିକାବାସୀ ଚୟନ କରିବେ ଆଗାମୀ ପ୍ରଧାନମନ୍ତ୍ରୀ । ଏଥର କଞ୍ଜର୍ଭେଟିଭ୍ ଓ ଲେବର ପାର୍ଟି ମଧ୍ୟରେ ହେବ କଡ଼ା ଟକ୍କର । କିନ୍ତୁ ଜାଣନ୍ତି କି ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଦରମା କେତେ ? ଆସନ୍ତୁ ଜାଣିବା… 

ବ୍ରିଟେନର ପ୍ରଧାନମନ୍ତ୍ରୀଙ୍କୁ ଦୁଇଟି ଭିନ୍ନ ଦରମା ଦିଆଯାଇଥାଏ । ଜଣେ ସାଂସଦ ଭାବରେ କାମ କରିବା ଏବଂ ଅନ୍ୟଟି ସରକାରର ନେତୃତ୍ୱ ନେବା ପାଇଁ ଦିଆଯାଇଥାଏ ଦରମା ।  ରିପୋର୍ଟ ଅନୁଯାୟୀ, ସାଂସଦ ଭାବରେ ପ୍ରଧାନମନ୍ତ୍ରୀ ୯୭ ଲକ୍ଷ ୨୦ ହଜାର ଟଙ୍କା । ସାଂସଦଙ୍କ ଦରମା ସହିତ ସରକାରଙ୍କ ନେତୃତ୍ବ ନେବା ପାଇଁ ୮୦ ଲକ୍ଷ ୨୦ ହଜାର ଟଙ୍କା ମିଳିଥାଏ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କୁ ।

ପ୍ରଧାନମନ୍ତ୍ରୀ ଯାତ୍ରା ଏବଂ କର୍ମଚାରୀଙ୍କ ଖର୍ଚ୍ଚ ସହିତ ଅନେକ ଜିନିଷ ପାଇଁ ଖର୍ଚ୍ଚ ମଧ୍ୟ ଦାବି କରିପାରିବେ । ପ୍ରଧାନମନ୍ତ୍ରୀ ପଦ ଛାଡିବା ପରେ ମଧ୍ୟ ଆର୍ଥିକ ସୁବିଧା ମିଳିଥାଏ । ସମସ୍ତ ପ୍ରଧାନମନ୍ତ୍ରୀଙ୍କୁ ଅଫିସ ଛାଡିବା ପରେ ବାର୍ଷିକ ବେତନର ୨୫ ପ୍ରତିଶତ ପ୍ରଦାନ କରାଯାଇଥାଏ। ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ପରି ୨୦ ଲକ୍ଷ ଟଙ୍କା ପାଇବାକୁ ହକଦାର। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.