ପ୍ରଥମ ଥର ମେସିନ୍ କରିଛି ଆତ୍ମହତ୍ୟା ! ରୋବଟ୍ ଉପରେ କାର୍ଯ୍ୟ ଚାପ ଥିଲା ଅଧିକ... ଚାଲିଛି ସୁଇସାଇଡ୍ ଯାଞ୍ଚ୍

Published By : Prameya-News7 Bureau | July 04, 2024 IST

ନୂଆଦିଲ୍ଲୀ: ଆତ୍ମହତ୍ୟା, ଏହି ଶବ୍ଦଟି ଏବେ ‘ସାଇଟ୍ ଓ୍ବାର୍ଡ’ ହୋଇଗଲାଣି । ଖବର କାଗଜର ପ୍ରଥମ ପୃଷ୍ଠାରୁ ଶେଷ ଯାଏ କେଉଁଠି ନା କେଉଁଠି ଦେଖିବାକୁ ମିଳୁଛି । ବର୍ତ୍ତମାନ ସମୟରେ ଖବର ସିରୋନାମା ପାଲଟିଛି ଆତ୍ମହତ୍ୟା । କିଏ ଋଣ ପାଇଁ ଚରମ ନିଷ୍ପତ୍ତି ନେଉଛି ତ ପୁଣି କିଏ ସାମାନ୍ୟ କଳହରୁ ସୁଇସାଇଡ୍ କରୁଛି । କେବଳ ଭାରତ ନୁହେଁ ସାରା ବିଶ୍ବରେ ଏହା ଏକ ବ୍ୟାଧି ଭଳି ମାଡ଼ି ଚାଲିଛି । ପ୍ରତି ଦିନ ହଜାର ହଜାର ସଂଖ୍ୟାରେ ଆତ୍ମହତ୍ୟା ଖବର ସାମ୍ନାକୁ ଆସୁଛି । ହେଲେ ଟେକ୍ନୋଲୋଜିରେ ସୁଇସାଇଡ୍ ଖବର କେବେ ଆପଣ ଶୁଣି ନଥିବେ । ମାତ୍ର ଏଭଳି କିଛି ଖବର ସାମ୍ନାକୁ ଆସିଛି, ଯାହା ଆପଣଙ୍କୁ ନିଶ୍ଚିତ ଭାବେ ବିବ୍ରତ କରିବ । କାରଣ ମଣିଷ ନୁହେଁ, ରୋବଟ୍ କରିଛି ଆତ୍ମହତ୍ୟା । ଏଠି ପ୍ରଶ୍ନ ବି ଆପଣଙ୍କ ମନରେ ଉଙ୍କି ମାରୁଥିବ, ଗୋଟିଏ ଯନ୍ତ୍ରାଂଶ କିପରି ସୁଇସାଇଡ୍ କରିପାରିବ । ଆମେ ବି ପ୍ରଥମେ ଚକିତ ହୋଇଯାଇଥିଲୁ, ହେଲେ ଖବର ଟି ସତ । ଦକ୍ଷିଣ କୋରିଆରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ରୋବଟ୍ ଆତ୍ମହତ୍ୟା କରିବାର ଏହା ସାରା ବିଶ୍ବରେ ପ୍ରଥମ ମାମଲା । ସେଣ୍ଟ୍ରାଲ ସାଉଥ୍ କୋରିଆ ନଗର ପାଳିକା ସୁଇସାଇଡ୍ ନେଇ ଘୋଷଣା ମଧ୍ୟ କରିଛି । ରୋବଟ୍ ନିଜକୁ କିପରି ଶିଢ଼ିରୁ ଖସାଇଲା ତାହାର ଯାଞ୍ଚ ଚାଲିଛି ।

ଡେଲି ମିରର୍ ରିପୋର୍ଟ ମୁତାବକ, ଏହି ରୋବଟ୍ ନଗର ନିଗମ କାର୍ଯ୍ୟରେ ଅଧିକାରୀଙ୍କୁ ସହଯୋଗ କରୁଥିଲା । ନିଗର ନିୟମ ଟିମର ଜଣେ ଅଧିକାରୀ କହିଛନ୍ତି, ଅତ୍ମହତ୍ୟା କରିଥିବା ରୋବଟ୍, ପ୍ରାୟ ଏକ ବର୍ଷ ହେଲା ଗୁମି ସହରବାସୀଙ୍କ ପ୍ରାଶାସନିକ କାର୍ଯ୍ୟରେ ସାହାଯ୍ୟ କରୁଥିଲା । ତାକୁ ଗତ ସପ୍ତାହରେ ଅଫିସ୍ ଶିଢ଼ି ତଳୁ ନିଷ୍କ୍ରିୟ ଅବସ୍ଥା ପଡ଼ିଥିବାର ଅଧିକାରୀମାନେ ଦେଖିବାକୁ ପାଇଥିଲେ । ଅର୍ଥାତ୍ ରୋବଟ୍‌ଟି ଆକ୍ଟିଭ୍ ନଥିଲା । ପ୍ରତ୍ୟକ୍ଷଦର୍ଶି କହିଛନ୍ତି, ରୋବଟ୍ ଶିଢ଼ିରୁ ପଡ଼ିବା ପୂର୍ବରୁ ଏଣେ ତେଣେ ବୁଲୁଥିଲା । ଲାଗୁଥିଲା ଯେପରି ରୋବଟ୍ ସହିତ କିଛି ଗଡବଡ ହୋଇଛି । ପରିସ୍ଥିତିକୁ ନେଇ ଯାଞ୍ଚ ଚାଲିଛି । ଏହାଛଡ଼ା କୁହାଯାଉଛି, ରୋବଟକୁ ଅତ୍ୟଧିକ କାମ୍ ଦିଆଯାଉଥିବାରୁ ସେ କିଛି ଦିନ ହେଲା ଚାପରେ ଥିଲା ।

ନଗର ନିଗମ ଅଧିକାରୀ କହିଛନ୍ତି, ରୋବଟର ସମସ୍ତ ସ୍ପେୟାର ପାର୍ଟ୍ସକୁ ଏକତ୍ରିତ କରାଯାଇଛି । ଏହାକୁ ଡିଜାଇନ୍ କରିଥିବା କମ୍ପାନି ବିଶ୍ଳେଷଣ କରିବ । ଅନ୍ୟଜଣେ ଅଧିକାରୀ ରୋବଟର ସୁଇସାଇଡକୁ  ନେଇ ଦୁଃଖ ପ୍ରକାଶ କରିଛନ୍ତି । ଏହି ରୋବଟକୁ କାଲିଫର୍ଣ୍ଣିଆର ଏକ ବିୟର ରୋବଟିକ୍ସ ଦ୍ବାରା ବିକଶିତ କରାଯାଇଥିଲା । ରୋବଟ୍‌ଟି ସକାଳ ୯ଟାରୁ ସଂଧ୍ୟା ୬ଟା ଯାଏ କାମ କରୁଥିଲା । ଏହାର ନିଜର ପବ୍ଲିକ୍ ସର୍ଭିସ୍ କାର୍ଡ ମଧ୍ୟ ଥିଲା ।    

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.