ବିଜ୍ଞାନ ପାଠ୍ୟକ୍ରମରୁ ଚାର୍ଲ୍ସ ଡାରୱିନ୍‌ଙ୍କ ବିକାଶ ସିଦ୍ଧାନ୍ତ ହଟାଇଲା NCERT, ଆପତ୍ତି ଦର୍ଶାଇଲେ ବୈଜ୍ଞାନିକ

Published By : Prameya-News7 Bureau | April 24, 2023 IST

ନୂଆଦିଲ୍ଲୀ, ୨୪/୦୪: ପାଠ୍ୟ ପୁସ୍ତକରୁ ଚାର୍ଲ୍ସ ଡାରଓ୍ବିନ୍‌ଙ୍କ ବିକାଶ ସିଦ୍ଧାନ୍ତ ହଟାଯିବାକୁ ବୈଜ୍ଞାନିକଙ୍କ ନିନ୍ଦା। ଏନସିଇଆରଟି ଦ୍ବାରା ନବମ ଏବଂ ଦଶମ ଶ୍ରେଣୀ ପାଠ୍ୟକ୍ରମରୁ ଡାରଓ୍ବିନ୍‌ଙ୍କ ବିକାଶ ସିଦ୍ଧାନ୍ତ ହଟାଯିବାକୁ ନିନ୍ଦା କରିଛନ୍ତି ବୈଜ୍ଞାନିକ। ଏହାକୁ ନିନ୍ଦା କରିବା ସହ ଦେଶର ପ୍ରାୟ ୧୮୦୦ରୁ ଅଧିକ ବୈଜ୍ଞାନିକ, ଶିକ୍ଷକ ଏବଂ ବିଜ୍ଞାନ ପ୍ରେମୀ ସମଗ୍ର ଏକ ଖୋଲା ଚିଠିରେ ଦସ୍ତକ୍ଷତ କରିଛନ୍ତି।

ବ୍ରେକ୍‌ଥ୍ରୁ ସାଇନ୍ସ ସୋସାଇଟି ଏନେଇ ଏପ୍ରିଲ୍‌ ୨୦ରେ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରିଥିଲା। ଯେଉଁଥିରେ ଏକ ଚିଠି ଦର୍ଶାଯାଇଥିଲା ଏହ ଚିଠିଟି ପାଠ୍ୟକ୍ରମରୁ ‘ବିକାଶ’ ବିଷୟକୁ ହଟାଯିବା ବିରୋଧରେ ଏକ ଅପିଲ୍‌ ଥିଲା। ଏହି ଅପିଲରେ ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ, ଟାଟା ଇନଷ୍ଟିଚ୍ୟୁଟ୍‌ ଅପ୍‌ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ ଏବଂ ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜୀ ସମର୍ଥନ ଜଣାଇଥିବା ନେଇ କୁହାଯାଇଥିଲା।

ସୂଚନାଯୋଗ୍ୟ, ଏନସିଇଆରଟି ମହାମାରୀ ପ​‌ରେ ଛାତ୍ରଙ୍କ ଉପରେ ବୋଝ କମ୍ କରିବାକୁ ପାଠ୍ୟକ୍ରମକୁ ତର୍କସଙ୍ଗତ ଭାବରେ କମାଇବାକୁ ପରାମର୍ଶ ଦେଇଥିଲେ। ଫଳରେ ପାଠ୍ୟପୁସ୍ତକର ଅଧ୍ୟାୟ ୯ ରୁ ‘ଆନୁବଂଶିକତା ଏବଂ ବିକାଶ’କୁ ‘ଆନୁବଂଶିକତା’କୁ ବଦଳାଇ ଦିଆଯାଇଥିଲା। ଆଉ ଏବେ ଏହାକୁ ସ୍ଥାୟୀ ଭାବରେ ହଟାଇ ଦିଆଯାଇଛି। ଶିକ୍ଷାବିତ୍‌ଙ୍କ କହିବା ଅନୁଯାୟୀ, ଏଭଳି ଡାରଓ୍ବିନ୍‌ ବିକାଶ ସିଦ୍ଧାନଙ୍କୁ ପାଠ୍ୟକ୍ରମରୁ ହଟାଇବା ’ଶିକ୍ଷାର ଉପହାସ’।

ବୈଜ୍ଞାନିକଙ୍କ ଦ୍ବାରା ଲିଖିତ ପତ୍ରରେ କୁହାଯାଇଛି ଯେ ବିକାଶ ସିଦ୍ଧାନ୍ତ ପିଲାଙ୍କ ପାଇଁ ଖୁବ୍ ମହତ୍ବପୂର୍ଣ୍ଣ। ଡାରଓ୍ବିନ୍‌ଙ୍କ ପ୍ରାକୃତିକ ଚୟନର ସିଦ୍ଧାନ୍ତ ଛାତ୍ରଙ୍କୁ ଜରୁରୀ ଚିନ୍ତାଧାରା ଏବଂ ବୈଜ୍ଞାନିକ ପଦ୍ଧତିର ମହତ୍ବ ବିଷୟ​‌ରେ ଶିଖାଏ। ଜୈବିକ ଦୁନିଆ ଲଗାତାର ପରିବର୍ତ୍ତିତ ହେଉଛି ଏବଂ ବିକାଶ ଏହାର ଆବଶ୍ୟକ ପ୍ରକ୍ରିୟା। ତେଣୁ ଏହା ଏକ ଆବଶ୍ୟକୀୟ ବିଷୟ।

ଡାରଓ୍ବିନ୍‌ ସିଦ୍ଧାନ୍ତ:

ଜୀବ ବିଜ୍ଞାନ କ୍ଷେତ୍ରରେ ଡାରଓ୍ବିନ୍‌ଙ୍କ ନାମ ସବୁଠୁ ଉପରେ। ତାଙ୍କ ଦ୍ବାରା ଦିଆଯାଇଥିବା ‘ପ୍ରାକୃତିକ ଚୟନ ଦ୍ବାରା ବିକାଶ’ (Evolution by Natural Selection)ର ବୈଜ୍ଞାନିକ ସିଦ୍ଧାନ୍ତ, ଆଧୁନିକ ବିକାଶବାଦୀ ଅଧ୍ୟୟନର ମୂଳଦୁଆ। ନିଜ ଅଧ୍ୟୟନରେ ଡରଓ୍ବିନ୍‌ ଏହି ନିଷ୍ପର୍ଷ ବାହାର କରିଥିଲେ ଯେ, ପୃଥିବୀରେ ଥିବା ସବୁ ପ୍ରଜାତି ଗୋଟିଏ ପ୍ରଜାତିରୁ ଉତ୍ପତ୍ତି। ପରିସ୍ଥିତି ହିସାବରେ ନିଜକୁ ଖାପ ଖୁଆଇବା ପ୍ରକୃତି ହିଁ ଜୈବ ବିବିଧତାକୁ ଜନ୍ମ ଦେଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.