ନିଟ୍ ପୁନଃ ଟେଷ୍ଟ୍ ଫଳ ପ୍ରକାଶ; NTA ଓ୍ବେବସାଇଟରେ ରେଜଲ୍ଟ ଉପଲବ୍ଧ

Published By : Prameya-News7 Bureau | July 01, 2024 IST

ନୂଆଦିଲ୍ଲୀ: ନିଟ୍ ରି-ଟେଷ୍ଟ୍ ରେଜଲ୍ଡ ପ୍ରକାଶ । ଏନଟିଏ ପୁନଃ ଟେଷ୍ଟ ପରୀକ୍ଷା ଫଳ ପ୍ରକାଶ କରିଛି । ନିଟ୍‌ର ଅଫିସିଆଲ୍ ଓ୍ବେବ୍ ସାଇଟରେ ରେଜଲ୍ଡ ଉପଲବ୍ଧ ହୋଇଛି । questions.nta.ac.in/NEETରେ ଯାଇ ଛାତ୍ରଛାତ୍ରୀମାନେ ନିଜର ପରୀକ୍ଷା ଫଳ ଦେଖିପାରିବେ । 

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜୁନ୍ ୨୩ ତାରିଖରେ ପୁନଃ ନିଟ୍ ଟେଷ୍ଟ ହୋଇଥିଲା । ମୋଟ୍ ୧୫୬୩ ଛାତ୍ରଛାତ୍ରୀଙ୍କ ପାଇଁ ଏନଟିଏ ପକ୍ଷରୁ ପରୀକ୍ଷା ଆୟୋଜନ ହୋଇଥିଲା । ହେଲେ ମାତ୍ର ୮୧୩ଜଣ ପରୀକ୍ଷାର୍ଥୀ ପଞ୍ଜୀକରଣ କରି ପରୀକ୍ଷା ଦେଇଥିଲେ । ତେବେ ଏହି ଛାତ୍ରଛାତ୍ରୀଙ୍କ ରେକଲ୍ଟ ପ୍ରକାଶ କରିଛି ଏନଟିଏ । ନିଟ୍ ପ୍ରଶ୍ନପତ୍ର ଅନିୟମିତତାକୁ ନେଇ ସୁପ୍ରିମକୋର୍ଟରେ ମାମଲା ରିହିଛି । ସର୍ବୋଚ୍ଚ ଅଦାଲତ ଏହି ମାମଲାର ପରବର୍ତ୍ତୀ ଶୁଣାଣି  ଆସନ୍ତା ଜୁଲାଇ ୮ ତାରିଖରେ ହେବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.