ଅଭାବନୀୟ ! କୂଅରେ ପଡ଼ି ଦାଦା-ପୁତୁରା ମୃତ, ଗାଁରେ ଶୋକର ଛାୟା

Published By : Prameya-News7 Bureau | June 30, 2024 IST

ଜଟଣୀ: କୂଅରେ ପଡ଼ି ଦାଦା-ପୁତୁରା ମୃତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜଟଣୀ ମ୍ୟୁନିସିପାଲିଟି ଅନ୍ତର୍ଗତ ୧୨ ନମ୍ବର ୱାର୍ଡର ଗୋଡ଼ା ଧର୍ମସାଗର ଅଞ୍ଚଳରେ। 

ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ନିଖିଳ ନାୟକ ନାମକ ଜଣେ ୧୯ ବର୍ଷୀୟ ଯୁବକ ଘର ବାହାରେ ଥିବା କୂଅରୁ ପାଣି କାଢ଼ୁଥିବାବେଳେ ହଠାତ୍‌ ଗୋଡ଼ ଖସିଯିବାରୁ ପଡ଼ିଯାଇଥିଲେ। ଆଉ ନିଖିଳ ପଡ଼ିଯିବାର ଦେଖି ତାଙ୍କୁ ବଞ୍ଚାଇବାକୁ କୂଅକୁ ଡେଇଁପଡ଼ିଥିଲେ ଦାଦା ଦୁଲ୍ଲା ନାୟକ।ହେଲେ ଉଭୟ କୂଅରେ ବୁଡ଼ିଯାଇଥିଲେ, ଏଥିରେ ସେମାନଙ୍କର ମୃତ୍ୟୁ ହୋଇଥିଲା। 

ସୂଚନା ପାଇ ଜଟଣୀ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ କୂଅରୁ ଉଦ୍ଧାର କରି ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ସେପଟେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ୨ ମୃତକଙ୍କ ଶବକୁ ପୋଷ୍ଟ ମର୍ଟମ ପାଇଁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ସେପଟେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.