ବାଲେଶ୍ଵର ସହରରୁ ହଟିଲା କର୍ଫ୍ୟୁ, ଫେରୁଛି ସହରର ସ୍ଵାଭାବିକ ସ୍ଥିତି

Published By : Prameya-News7 Bureau | July 02, 2024 IST

ବାଲେଶ୍ଵର:  ବାଲେଶ୍ଵର ସହରରୁ ହଟିଲା କର୍ଫ୍ୟୁ। ସ୍ବାଭାବିକ ହୋଇଛି ବାଲେଶ୍ବର ସହରର ସ୍ଥିତି । ଗତ ୧୮ ତାରିଖରୁ କର୍ଫ୍ୟୁ ଲାଗିଥିଲା । ଧିରେ ଧିରେ କର୍ଫ୍ୟୁର ସୀମା କୋହଳ କରାଯାଇ କେବଳ ନାଇଟ୍ କର୍ଫ୍ୟୁ ବଳବତ୍ତର ଥିଲା । ତେବେ ଆଜିଠୁ ସଂପୂର୍ଣ୍ଣ କର୍ଫ୍ୟୁ ଉଠି ଯାଇଛି ।  

ବାଲେଶ୍ଵର ସହରରେ ଗୋଷ୍ଠୀ ସଂଘର୍ଷକୁ ନେଇ କର୍ଫ୍ୟୁ ଜାରି ହୋଇଥିଲା।  ଏନେଇ ୨୪ଟି ମାମଲା ରୁଜୁ କରାଯାଇ ୯୪ ଜଣଙ୍କୁ ଗିରଫ କରାଯାଇଛି । ତେବେ କର୍ଫ୍ୟୁ ହଟିଥିଲେ ମଧ୍ୟ ସହରରେ ପୋଲିସ ଫୋର୍ସ ପୂର୍ବ ଭଳି ମୂତୟନ ରହିବେ ବୋଲି ବାଲେଶ୍ବର ଜିଲ୍ଲାପାଳ ଓ ଏସପି ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.