ଘରୁ ଝୁଲନ୍ତା ଅବସ୍ଥାରେ ASOଙ୍କ ମୃତଦେହ ଉଦ୍ଧାର, ପୋଲିସର ତନାଘନା

Published By : Prameya-News7 Bureau | July 04, 2024 IST

File/Old

ଭୁବନେଶ୍ୱର: ଲୋକସେବା ଭବନରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ)ଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଚାର୍ଯ୍ୟ ବିହାର ସ୍ଥିତ ବାସଭବନରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି ।  ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଏଏସଓ ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ମୃତ ଏଏସଓ ନାଁ ମୋରା ମାରାଣ୍ଡି ବୋଲି ଜଣାପଡ଼ିଛି । ତାଙ୍କର କିଛି ବନ୍ଧୁ ଓ ସେ କାର୍ଯ୍ୟ କରୁଥିବା ବିଭାଗର କିଛି ସହକର୍ମୀ ଏହାକୁ କାମ ଚାପରୁ ହୋଇଥାଇପାରେ ବୋଲି କାରଣ ଦର୍ଶାଇଛନ୍ତି । ୨୦୨୪ ବ୍ୟାଚର ମୋରା ମାରାଣ୍ଡି ଲୋକସେବା ଭବନରେ ଇସ୍ପାତ ଏବଂ ଖଣି ବିଭାଗର ସହକାରୀ ଉପବିଭାଗ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.