ଦେଶୀ ବନ୍ଧୁକ ସହ ୪ ଡକାୟତ ଗିରଫ, ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଗହଣା ଜବତ

Published By : Prameya-News7 Bureau | July 07, 2024 IST

ବରଗଡ ୭।୭: ବରଗଡ଼ ଅତାବିରା ପୋଲିସକୁ ମିଳିଛି ବଡ଼ ସଫଳତା । ଗତ ଜୁନ୍ ମାସ ୨୦ ତାରିଖ ଦିନ ୪ଟା ୩୦ମିନିଟ୍ ସମୟରେ ଅତାବିରାର ଏକ ନିଛାଟିଆ ସ୍ଥାନରେ ବାବେବିରା ଗାଁର ଜଣେ ଚାଷୀ ଛାୟାକାନ୍ତ ପ୍ରଧାନଙ୍କୁ ବନ୍ଧୁକ ମୁନରେ ଭୟଭୀତ କରି ୪ ଲକ୍ଷ ୩୮ ହଜାର ୩୫୨ ଟଙ୍କା ଲୁଟି ନେଇଥିଲେ ୫ ଜଣ ଦୁର୍ବୃତ୍ତ । ତେବେ ଧାନର ପ୍ରାପ୍ୟ ଟଙ୍କା ବ୍ୟାଙ୍କରୁ ଉଠାଇ ଘରକୁ ଫେରୁଥିବା ବେଳେ ଏପରି ଘଟଣା ଘଟିଥିବା ନେଇ ଅତାବିରା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ଛାୟାକାନ୍ତ । ଅଭିଯୋଗକୁ ଭିତ୍ତିକରି ପୋଲିସ ବେରଗଡ଼ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଅତାବିରା ପୋଲିସର ଦୁଇଟି ଟିମ୍ ଗଠନ କରି ଯାଞ୍ଚ ତ୍ବରାନ୍ବିତ କରାଯାଇଥିଲା । ତେବେ ଉକ୍ତ ଘଟଣାର ଦୁଇ ସପ୍ତାହ ଭିତରେ ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ମାରିବାରେ ସକ୍ଷମ ହୋଇଛନ୍ତି । ତେବେ ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ୫ଟି ଜୀବନ୍ତ ଗୁଳି ସମେତ ନଗଦ ୩ ଲକ୍ଷ ୮୦ ହଜାର ଟଙ୍କା, ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଗହଣା, ୮ଟି ମୋବାଇଲ ଉଦ୍ଧାର କରିବାରେ ସଫଳ ହୋଇଛି । 

ସେହିଭଳି ଡ଼କାୟତିରେ ବ୍ୟବହୃତ ହୋଇଥିବା ୩ଟି ଆପାଚି ବାଇକ୍, ଗୋଟିଏ ସ୍କୁଟି, ଗୋଟିଏ ହିରୋ ମୋଟରସାଇକେଲ ସହ ଅନେକ ମାରଣାସ୍ତ୍ର ଜବତ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ସମସ୍ତ ଅଭିଯୁକ୍ତ ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଡ଼ଙ୍ଗରା ମୁଣ୍ଡା ଓ ବନାରସ ଗାଁର ଇନ୍ଦ୍ର ଭୋଇ, ଚିତନ୍ୟ ପୁଟା, ଲଳିତ ସାହୁ ଓ ଡୋଲେଶ୍ୱର ସାହୁ ବୋଲି ବରଗଡ଼ ଏସ୍‌ପି ପ୍ରହ୍ଲାଦ ସାହାଇ ମୀନା ସୂଚନା ଦେଇଛନ୍ତି । ସେମାନଙ୍କ ନାଁରେ ଭିନ୍ନ ଭିନ୍ନ ୫ଟି ଥାନାରେ ଡକାୟତି ମାମଲା ମଧ୍ୟ ରହିଛି ବୋଲି କହିଛନ୍ତି ।

You Can Read:

ରାତି ଅଧିଆ ଚାଲିଥିଲା ବାର୍ ରେଡ୍, ମହିଳା ଏକ୍ସାଇଜ୍ ସୁପରିଟେଣ୍ଡେଣ୍ଟଙ୍କୁ ବାର୍ ମାଲିକଙ୍କ ଦୁର୍ବ୍ୟବହାର ଅଭିଯୋଗ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.