ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର ଏକ୍ସଲେନ୍ସି ତରଫରୁ "ବନ ମହୋତ୍ସବ" ପାଳିତ

Published By : Prameya-News7 Bureau | July 07, 2024 IST

ଭୁବନେଶ୍ବର ୭।୭: ବନ ମହୋତ୍ସବରେ ସାମିଲ ହୋଇଛନ୍ତି ରୋଟାରିଆନ୍ । ସାରା ଦେଶରେ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ର ମିଶନ୍ ଗ୍ରୀନ୍ ୨ ଆନୁକୁଲ୍ୟରେ ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ଏକ୍ସଲେନ୍ସି ସଦସ୍ୟ ମାନେ ଏକ ମେଗା ବୃକ୍ଷରୋପଣ ଅଭିଯାନରେ ଯୋଗ ଦେଇଛନ୍ତି । ଓଡିଆ ଜାତିର ମହାତିଥି ମହାପ୍ରଭୁଙ୍କ ରଥଯାତ୍ରାରେ ବୃକ୍ଷରୋପଣ କରିଛନ୍ତି ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ଏକ୍ସଲେନ୍ସିର ରୋଟାରିଆନ୍ ମାନେ ।

ଚନ୍ଦକା ନିକଟସ୍ଥ ଜଗନ୍ନାଥପ୍ରସାଦ ଠାରେ ରୋଟାରିଆନ୍ ମାନେ ଅନେକ ଫଳନ୍ତି ଗଛ ଚାରା ରୋପଣ ସହ ଦେଇଛନ୍ତି ପରିବେଶ ସୁରକ୍ଷାର ବାର୍ତ୍ତା । ଗଛ ଲଗାଇବା ସହ ତାର ରକ୍ଷଣାବେକ୍ଷଣକୁ ଗୁରୁତ୍ବ ଦେଇ ଆସୁଥିବା ରୋଟାରିଆନ୍ ମାନେ ଅତି ଯତ୍ନର ସହ ଆମ୍ବ, ନଡିଆ, ପିଜୁଳି ଆଦି ଶତାଧିକ ଚାରା ରୋପଣ କରିଛନ୍ତି ।

ବରିଷ୍ଠ ରୋଟାରିଆନ୍ ପୂର୍ବତନ ପ୍ରାନ୍ତଃପାଳ ରୋଟାରିଆନ୍ ଭବାନୀ ପ୍ରସାଦ ଚୌଧୁରୀଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ମୋଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ଏକ୍ସଲେନ୍ସିର ସଭାପତି ଆଶୁତୋଷ ଦାଶ, ସମ୍ପାଦକ ରଶ୍ମୀରଞ୍ଜନ ମହାନ୍ତି, ପୂର୍ବତନ ସଭାପତି ବିଜୟ କୁମାର ପାତ୍ର, ବୃନ୍ଦାବନ ଦଳବେହେରା, ଅଶୋକ ଅଗ୍ରୱାଲ ସକ୍ରିୟ ଅଂଶଗ୍ରହଣ କରିଥିବା ବେଳେ କାର୍ଯ୍ୟକ୍ରମକୁ ପ୍ରତୀପ ମିଶ୍ର, ରମେଶ ଚନ୍ଦ୍ର ଦାଶ, ବିକାଶ ରଞ୍ଜନ ରାୟ, ଜତୀନ୍ ରଥ ପ୍ରମୁଖ ପରିଚାଳନା କରିଥିଲେ । ସଦସ୍ୟ ମାନେ ବିଶ୍ବର ପରିବେଶ ଜନିତ ସମସ୍ୟା ସମ୍ପର୍କରେ ଆଲୋଚନା ସହ ବୃକ୍ଷ ହିଁ ଜୀବନ ଓ ବିକାଶର ସୂତ୍ର ବୋଲି ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ।

You Can Read:

ଧାଡ଼ି ପହଣ୍ଡିରେ ଆସି ରଥରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି, ଦର୍ଶନ ପାଇଁ ବଡ଼ଦାଣ୍ଡରେ ଭକ୍ତଙ୍କ ଭିଡ଼

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.