ରଥଯାତ୍ରା ପାଇଁ କଟକରୁ ପୁରୀକୁ ସ୍ଵତନ୍ତ୍ର ବସ୍ ସେବା, ଦୁଇଦିନ ପାଇଁ ବ୍ୟବସ୍ଥା

Published By : Prameya-News7 Bureau | July 07, 2024 IST

କଟକ ୭।୭: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପୁରୀରେ ଚାଲିଥିବା ବେଳେ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେଉଛି ପୁରୀରେ । ପୁରୀ ଯିବା ପାଇଁ ସ୍ବତନ୍ତ୍ର ଟ୍ରେନ୍ ଓ ବସ୍ ସେବାର ବ୍ୟବସ୍ଥା କରାଯାଇଛି । ତେବେ କଟକ ନେତାଜୀ ବସ୍ ଟର୍ମିନାଲରେ ଯାତ୍ରୀମାନେ ପୁରୀ ଯିବା ପାଇଁ ରେଗୁଲାର ବସ୍ ସହ ଅଧିକ ସ୍ଵତନ୍ତ୍ର ବସ୍‌ର ବ୍ୟବସ୍ଥା କରାଯାଇଛି । ଟର୍ମିନାଲର ୪ ନମ୍ବର ବସ୍‌ରେ ୧୩ଟି ପ୍ଲାଟଫର୍ମରେ ବସ୍ ଗୁଡ଼ିକ ଲାଗିଥିବା ବେଳେ ୬ଟି ପ୍ଲାଟଫର୍ମରେ ସ୍ଵତନ୍ତ୍ର ବସ୍ ଲାଗିଥିଲା । 

ରଥଯାତ୍ରା ପାଇଁ ଯାତ୍ରୀ ମାନଙ୍କ ଭିତରେ ବେଶ୍ ଭିଡ଼ ଦେଖିବାକୁ ମିଳିଥିଲା । ଶୃଙ୍ଖଳିତ ଭାବେ କିପରି ଯାତ୍ରୀମାନେ ବସ୍‌ରେ ବସିବେ ସେଥିପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି । ପୂର୍ବରୁ ପୁରୀକୁ ୭୦ରୁ ଉର୍ଦ୍ଧ୍ବ ରେଗୁଲାର ବସ୍ ଚାଲୁଥିବା ବେଳେ ୮୦ଟି ସ୍ଵତନ୍ତ୍ର ବସ୍‌କୁ ପରମିଟ୍ ମିଳିଛି । ସୁବିଧାରେ ଓ କଳାବଜାରି ନହେବ ସେଥିପାଇଁ ବସ୍ ରେ ବସ୍ ମାଲିକ ସଂଘର ସଦସ୍ୟ ମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ । ଏହା ବ୍ୟତୀତ ଯାତ୍ରୀ ମାନଙ୍କ ସୁରକ୍ଷିତ ଯାତ୍ରା ଉପରେ ଅଧିକ ଧ୍ୟାନ ଦିଆଯାଉଥିବା କଥା କହିଛନ୍ତି କଟକ ଘରୋଇ ବସ୍ ମାଲିକ ସଂଘର ସଭାପତି ପ୍ରିୟବ୍ରତ ତ୍ରିପାଠୀ।

ସେହିଭଳି ପୁରୀ ଯିବା ପାଇଁ ଯାତ୍ରୀ ମାନଙ୍କ ମଧ୍ୟରେ ବେଶ୍ ଖୁସି ଓ ଉତ୍ସାହ ଦେଖିବାକୁ ମିଳିଛି । ବସ୍ ଯାତ୍ରା ଆରମ୍ଭ ହେବା ମାତ୍ରକେ ଯାତ୍ରୀମାନେ ଜୟ ଜଗନ୍ନାଥ ନାମ ଉଚ୍ଚାରଣ କରିଥିଲେ । ପୁରୀ ଯିବା ପାଇଁ ସ୍ବତନ୍ତ୍ର ବସ୍ ହୋଇଥିବା ଯୋଗୁ ବେଶ୍ ଖୁସି ଥିବା କଥା ଯାତ୍ରୀମାନେ କହିଛନ୍ତି । ସେହିଭଳି ରବିବାର ଦିନ ୧ଟା ପର୍ଯ୍ୟନ୍ତ ଖରା ଓ ଗୁଳୁଗୁଳି ରହିଥିବା କାରଣରୁ ଅଧିକ ଏସି ବସ୍‌ର ଚାହିଦା ବଢ଼ିଥିବା କଥା ଯାତ୍ରୀ କହିଛନ୍ତି । 

You Can Read:

ଧାଡ଼ି ପହଣ୍ଡିରେ ଆସି ରଥରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି, ଦର୍ଶନ ପାଇଁ ବଡ଼ଦାଣ୍ଡରେ ଭକ୍ତଙ୍କ ଭିଡ଼

  • odisha
  • OdishaNews
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.