ଅଡଙ୍ଗଡିହ ଗାଁରେ ଦଳିତଙ୍କ ଚାଳ ଘରେ ବସି ମଧ୍ୟାହ୍ନ ଭୋଜନ କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | October 02, 2024 IST

କଟକ ୨।୧୦: କଟକ ତେଲେଙ୍ଗାପେଣ୍ଠ ଅଡଙ୍ଗଡିହ ଗାଁର ଅନ୍ତର୍ଯ୍ୟାମୀ ବେହେରାଙ୍କ ଘରେ ମଧ୍ୟାହ୍ନ ଭୋଜନ କଲେ ମୁଖ୍ୟମନ୍ତ୍ରୀ । ତେଲେଙ୍ଗାପେଣ୍ଠ ଅଞ୍ଚଳରେ ଗାନ୍ଧୀ ଜୟନ୍ତୀରେ ଯୋଗଦେବାକୁ ଆସିଥିବା ଅବସରରେ ଜଣେ ଦଳିତଙ୍କ ଘରେ ଖାଦ୍ୟ ଖାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପରିବା ବ୍ୟବସାୟ କରି ପେଟ ପୋଷୁଥିବା ଅନ୍ତର୍ଯ୍ୟାମୀ ବେହେରାଙ୍କ ଚାଳ ଘରେ ବସି ଖାଇଥିଲେ ମୁଖ୍ୟମନ୍ତ୍ରୀ । ପୋହଳା ମାଛ ବେସର ତରକାରୀ ସହ ଚିକେନ ଓ କୋଳଥ ଡାଲି ଭଳି ସୁସ୍ବାଦୁ ଖାଇବାର ମଜା ଉଠାଇଲେ ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀ ଖାଇବା ପରେ ଅନ୍ତର୍ଯ୍ୟାମୀଙ୍କ ପରିବାର ଓ ପଡୋଶୀ ବେଶ୍ ଖୁସି ଅଛନ୍ତି । ସେମାନେ ନିଜ ଅନୁଭୂତି ଆଲୋଚନା କରିଛନ୍ତି ।


ମୁଖ୍ୟମନ୍ତ୍ରୀ ତେଲେଙ୍ଗାପେଣ୍ଠରେ ପହଞ୍ଚିବା ପରେ ଏକ ରୋଡ୍ ଶୋ’ରେ ହଜାର ହଜାର ଲୋକଙ୍କ ସହିତ ଗାନ୍ଧୀ ସ୍ମୃତି ପୀଠକୁ ଯାଇଥିଲେ । ସେଠାରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି ଅବସରରେ ସେ ‘ଏକ୍ ପେଡ୍ ମା’ କେ ନାମ୍’ ଅଭିଯାନରେ ସେଠାରେ ଏକ ନାଗେଶ୍ବର ଗଛର ଚାରା ରୋପଣ କରିଥିଲେ । ଏହାପରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ସେଠାରେ ଶ୍ରମ ଦାନ ମଧ୍ୟ କରିଥିଲେ । ଆନ୍ତର୍ଜାତିକ ଭାସ୍କର୍ଯ୍ୟ ଶିଳ୍ପୀ ରବି ନାରାୟଣ ରଥ ସେଠାରେ ଗାନ୍ଧିଜୀଙ୍କ ଏକ ପ୍ରତିମୂର୍ତ୍ତୀ ନିର୍ମାଣ କରିଥିଲେ । ଶ୍ରୀ ରଥ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ଏକ ପୋଟ୍ରେଟ୍ ମଧ୍ୟ ଉପହାର ଦେଇଥିଲେ । ମୁଖ୍ୟମନ୍ତ୍ରୀ ସେଠାରେ ବିଭିନ୍ନ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମରେ ବିଜୟୀ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ କରିଥିଲେ ଏବଂ ବିଶିଷ୍ଟ ସମାଜସେବୀ ଓ ସାମାଜିକ ଅନୁଷ୍ଠାନ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ୧୦ ଜଣ ଭିନ୍ନକ୍ଷମଙ୍କୁ ସହାୟତା ଉପକରଣ ପ୍ରଦାନ କରିଥିଲେ ।

You Can Read:

ଘରୋଇ କଳହ ପାଇଁ ଘର ଛାଡିଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.