ଘରୋଇ କଳହ ପାଇଁ ଘର ଛାଡିଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ

Published By : Prameya-News7 Bureau | October 02, 2024 IST

ଚୌଦ୍ବାର ୨।୧୦: ଚୌଦ୍ଵାର ୫୫ ଜାତୀୟ ରାଜପଥ ଓଟିଏମ୍ ଛକ ଗଳିପୋଲ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି l ଯୁବକଙ୍କ ନିକଟରୁ ମୋବାଇଲ ମିଳିବା ସହ ନମ୍ବର ବିହୀନ ମୋଟର ସାଇକେଲକୁ ପୋଲିସ ଜବତ କରିଛି l ଯୁବକ ଜଣଙ୍କ ଛତିଶଗଡ଼ ଦୁର୍ଗ ଅଞ୍ଚଳର ଦିନେଶ ବରିହା ବୋଲି ଜଣାପଡିଛି । ତାଙ୍କ ବୟସ ୨୮ ବର୍ଷ ବୋଲି ପୋଲିସ ସୂଚନା ଦେଇଛି l 

ସୂଚନାଯୋଗ୍ୟ ଯେ, ଦୀନେଶ ନିଜ ଭାଇଙ୍କ ସହିତ ଢେଙ୍କାନାଳରେ ରହି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ l ପାରିବାରିକ କଳହ କାରଣରୁ ଦୀନେଶ ନିଜ ଘରୁ ବାହାରି କଟକ ଆସିଥିଲେ । କିନ୍ତୁ ତାଙ୍କ ମୃତଦେହକୁ ଚୌଦ୍ୱାର ପୋଲିସ ଓଟିଏମ୍ ଛକ ନିକଟ ଗଳିପୋଲ ନିକଟରୁ ଉଦ୍ଧାର କରିଛି  l ପୋଲିସ ତାଙ୍କ ନିକଟରୁ ମିଳିଥିବା ମୋବାଇଲ ଫୋନ୍ ଯୋଗେ ତାଙ୍କ ପରିବାର ସହିତ ଯୋଗାଯୋଗ କରିବା ପରେ ତାଙ୍କ ପରିଚୟ ପାଇଥିଲା l କିନ୍ତୁ କେଉଁ କାରଣରୁ ଦୀନେଶଙ୍କ ମୃତ୍ୟୁ ହୋଇଛି ତାହା ଏବେବି ଅସ୍ପଷ୍ଟ । ଚୌଦ୍ୱାର ପୋଲିସ ତଦନ୍ତ କରିବା ସହିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ ମେଡ଼ିକାଲକୁ ପଠାଇ ତଦନ୍ତ ଆରମ୍ଭ କରିଛି  l ଅନ୍ୟପଟେ ଦୀନେଶ ବରିହାଙ୍କ ମୃତ୍ୟୁ ଖବର ପାଇ ତାଙ୍କ ଭାଇ ଚୌଦ୍ବାର ଥାନାକୁ ଆସୁଥିବା ଥାନା ଅଧିକାରୀ ବିଶ୍ବରଞ୍ଜନ ସାହୁ ସୂଚନା ଦେଇଛନ୍ତି l

You Can Read:

ମଦ କାରବାରକୁ ବିରୋଧ କରିବାରୁ ଇଟାରେ ଛେଚି ହତ୍ୟା, ଜଣକୁ ଗିରଫ କଲା ପୋଲିସ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.