କଟକରେ ନୂଆ ସିପି ଏସ୍‌. ଦେବଦତ୍ତ ସିଂହଙ୍କ ତାଗିଦ୍, ଟାର୍ଗେଟ୍‌ରେ ଗାଦିମଡ଼ା ପୋଲିସ ଅଧିକାରୀ, ଦକ୍ଷତା ଉପରେ ଗୁରୁତ୍ବ

Published By : Prameya-News7 Bureau | October 01, 2024 IST

କଟକ ୧।୧୦: କଟକରେ ନୂତନ ସିପି ଡକ୍ଟର ସୁରେଶ ଦେବଦତ୍ତ ସିଂହ । ଡିସିପି ଅଫିସରେ ପହଞ୍ଚି କଟକ ଡିସିପି ଜଗମୋହନ ମୀନାଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ କଲେ ବୈଠକ । ପାର୍ବଣ ସମେତ ଆଇନଶୃଙ୍ଖଳା ନେଇ କଲେ ଆଲୋଚନା । କଟକରେ ନୂତନ ସିପି ଭାବେ ପୋଲିସ ଅଧିକାରୀଙ୍କ ସହ ପ୍ରଥମ ବୈଠକ କରିଛନ୍ତି । 

ଅପରାଧୀ ମାନଙ୍କୁ ପୋଲିସ କମିଶନର ଚେତାବନୀ ଦେଇଛନ୍ତି । ଅପରାଧ ଛାଡ଼ିଥିବା ବ୍ୟକ୍ତି ଅପରାଧ ନକରି ମୁଖ୍ୟ ସ୍ରୋତକୁ ଫେରିବାକୁ ଆହ୍ବାନ ଦେଇଛନ୍ତି । ମୁଖ୍ୟ ସ୍ରୋତକୁ ଫେରିଲେ ତାଙ୍କୁ ମିଳିବ କମିଶନରେଟ୍ ପୋଲିସ ସହାୟତା ସହ ସରକାରୀ ସୁବିଧା I ଅଭ୍ୟାସ ଗତ ଅପରାଧୀ ଅପରାଧ ଛାଡନ୍ତୁ I ନଚେତ୍ ଭୟଙ୍କର ସ୍ଥିତି ହେବ । 

କଟକ ଗସ୍ତ ସମୟରେ ପ୍ରତିକ୍ରିୟା ଦେଇ ସିପି ଡକ୍ଟର ସୁରେଶ ଦେବଦତ୍ତ ସିଂହ କହିଛନ୍ତି, ଥାନାରେ ପୋଲିସ କର୍ମଚାରୀମାନଙ୍କ କାର୍ଯ୍ୟଦକ୍ଷତାକୁ ଗୁରୁତ୍ବ ଦିଆଯିବ । କାର୍ଯ୍ୟଦକ୍ଷତା ଥିବା ଏବଂ କାର୍ଯ୍ୟଦକ୍ଷତା ନଥିବା କର୍ମଚାରୀଙ୍କୁ ବଛାଯିବ । ଟ୍ବିନସିଟିର ବିଭିନ୍ନ ଫାଣ୍ଡିରେ କର୍ମଚାରୀମାନଙ୍କ କାର୍ଯ୍ୟକାଳର ମଧ୍ୟ ତର୍ଜମା କରାଯିବ ।  ଗାଦିମଡ଼ା ପୋଲିସ ଅଧିକାରୀଙ୍କୁ ପୋଲିସ କମିଶନରଙ୍କ ଚେତାବନୀ । ଦୀର୍ଘ ଦିନ ବିଭିନ୍ନ ଥାନା ଫାଣ୍ଡିରେ ରହିଥିବା ଅଧିକାରୀଙ୍କ ଉପରେ ହେବ କର୍ଯ୍ୟାନୁଷ୍ଠାନ । ଅଧିକାରୀ କର୍ମଚାରୀଙ୍କ ଦକ୍ଷତା ଉପରେ ଗୁରୁତ୍ବ । ପୋଲିସ କାର୍ଯ୍ୟରେ ଦକ୍ଷତା ମୁଖ୍ୟ କାର୍ଯ୍ୟ । ପୋଲିସ କର୍ମଚାରୀଙ୍କ ଦକ୍ଷତା ମାନ ଦଣ୍ଡ । ଥାନାକୁ ଆସୁଥିବା ସବୁ ଲୋକଙ୍କୁ ନ୍ୟାୟ ପ୍ରଦାନ ଦିଗରେ ସିପିଙ୍କ ଗୁରୁତ୍ବ । ରାତି ହେଉ କି ଦିନ ସବୁବେଳେ ଲୋକଙ୍କ ପାଇଁ କାର୍ଯ୍ୟ କରିବ ପୋଲିସ । ସବୁବେଳେ ପୋଲିସ ସଜାଗ ରହିବା ସହ ଜନସାଧାରଣଙ୍କ ପାଇଁ କାର୍ଯ୍ୟ କରିବାକୁ ସିପିଙ୍କ ନିର୍ଦ୍ଦେଶ ।


You Can Read:

ସ୍କୁଲ ନିକଟରେ ଜଗି ରହିଛନ୍ତି ଦୁଇଟି ବଣୁଆ ହାତୀ, ଛୁଟି ଘୋଷଣା କଲେ ବିଇଓ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.