ରେଞ୍ଜରଙ୍କୁ କାଠ ମାଫିଆଙ୍କ ଆକ୍ରମଣ, ଟ୍ରାକ୍ଟର ଚଢ଼ାଇ ମାରିଦେବାକୁ ଉଦ୍ୟମ

Published By : Prameya-News7 Bureau | July 04, 2024 IST

News7

ଆଠଗଡ଼: ଚୋରା କାଠ ଗାଡ଼ିକୁ ଜବତ କରି ଫେରୁଥିବା ସମୟରେ କାଠ ମାଫିଆଙ୍କ ଆକ୍ରମଣ ଅଳ୍ପକେ ବଞ୍ଚିଲେ ଆଠଗଡ଼ ରେଞ୍ଜର ରବିନ୍ଦ୍ର କୁମାର ନାୟକ। କାଠ ଲୋଡ୍ ଥିବା ଟ୍ରାକ୍ଟର ଚଢ଼ାଇ ମାରିଦେବାକୁ କାଠ ମାଫିଆର ଉଦ୍ୟମ। ବନ ବିଭାଗର ଗାଡ଼ି ଭାଙ୍ଗିବା ସହିତ ଆଠଗଡ଼ ରେଞ୍ଜର ଆହତ ହୋଇଛନ୍ତି। ଆଠଗଡ଼ ରେଞ୍ଜ ମୁଣ୍ଡଳୀ ରୋଡ ନିକଟସ୍ଥ ଯୁବରାଜ ହୋଟେଲ ସାମ୍ନାରେ ଘଟିଛି ଘଟଣା। 

ସୂଚନା ଥାଉକି ଆଜି ଅପରାହ୍ନରେ ବିଶେଷ ସୂତ୍ରରୁ ଖବର ପାଇ ଆଠଗଡ଼ ରେଞ୍ଜ ବାଘେରା ନିକଟରେ ଏକ ଫାଶୀ କାଠ ବୋଝେଇ କରି ଏକ ଟ୍ରାକ୍ଟର ଫେରାର ହୋଇଯିବା ବସିଥିବା ବେଳେ ଆଠଗଡ଼ ରେଞ୍ଜରଙ୍କ ସମେତ ବନ ବିଭାଗର କର୍ମଚାରୀ ମାନେ ଟ୍ରାକ୍ଟର ଜବତ କରି ବନ ବିଭାଗର କାର୍ଯ୍ୟାଳୟକୁ ଆଣୁଥିଲେ। 

ଏତିକି ବେଳେ ଆଠଗଡ଼ ବାଉଦା ଗ୍ରାମ ନିକଟରେ ୬ ଜଣ ଦୁର୍ବୃତ୍ତ ଏକ କାରରେ ଆସି ହଠାତ୍ ଜବତ ହୋଇଥିବା ଗାଡ଼ିକୁ ଅଟକାଇଥିଲେ। ଗାଡ଼ି ଚଳାଇ ଆସୁଥିବା ବନ ବିଭାଗର ସ୍କ୍ୱାଡ୍‌ ଡ୍ରାଇଭରକୁ ଧକ୍କା ମାରି ଗାଡ଼ିରୁ ତଳକୁ ଠେଲି ଜୋର ଜବରଦସ୍ତ ନିଜେ ଗାଡ଼ି ଚଳାଇ ସିନେମା ଷ୍ଟାଇଲରେ ଫେରାର ହେବାକୁ ଚେଷ୍ଟା କରିଥିଲେ।

ଆଠଗଡ଼ ରେଞ୍ଜର ଗାଡ଼ିକୁ ପିଛା କରିଥିଲେ। ହେଲେ ଟ୍ରାକ୍ଟର ଦ୍ୱାରା ବନ ବିଭାଗର ଗାଡ଼ି ଉପରକୁ ଚଢାଇ ରେଞ୍ଜରଙ୍କୁ ଜୀବନରୁ ମାରିଦେବକୁ ଚେଷ୍ଟା କରିଥିଲେ। ସୌଭାଗ୍ୟବଶତଃ ଅଳ୍ପକେ ବଞ୍ଚିଯାଇଥିଲେ ଆଠଗଡ଼ ରେଞ୍ଜର ଏବଂ ୫ ବନ ବିଭାଗର କର୍ମଚାରୀ। 

ଘଟଣା ଘଟାଇବା ପରେ କାଠ ମାଫିଆ ଫେରାର ହୋଇଯାଉଥିବା ବେଳେ ଆଠଗଡ଼ ବନ ବିଭାଗ ଦ୍ଵାରା ଗିରଫ ହୋଇଛନ୍ତି।ଗିରଫ ଅଭିଯୁକ୍ତ ଜଣକ ହେଲେ ଆଠଗଡ଼ ଥାନ ଧୁରୁକୁଡ଼ିଆ ଗାଁର ପ୍ରକାଶ ଚନ୍ଦ୍ର ଦାସ। ଟ୍ରାକ୍ଟର ଜବତ କରିବା ସହ କାଠ ମାଫିଆକୁ ଗିରଫ କରିଥିବା ନେଇ ଆଠଗଡ ରେଞ୍ଜର ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.