୬ ତାରିଖରେ ବୈଠକ, ରତ୍ନଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ନେବ କମିଟି: ଆଇନ ମନ୍ତ୍ରୀ

Published By : Prameya-News7 Bureau | July 04, 2024 IST

ଭୁବନେଶ୍ଵର: ବିଜେପି ସରକାର ଆସିବା ପରେ ରତ୍ନଭଣ୍ଡାର ଖୋଲିବା ନେଇ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢି ଯାଇଛି। କେବେ ଖୋଲିବ ରତ୍ନ ଭଣ୍ଡାର ଏ ନେଇ ଚର୍ଚ୍ଚା ଲାଗି ରହିଛି। ୬ ତାରିଖରେ ରତ୍ନଭଣ୍ଡାର ଖୋଲାଯିବା ନେଇ ନିଷ୍ପତ୍ତି ନିଆଯିବ। ଏ ନେଇ ଗୁରୁବାର ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। 

ପ୍ରେସମିଟରେ ସେ କହିଛନ୍ତି, ୪୫ ବର୍ଷ ପରେ ଖୋଲିବାକୁ ଯାଉଛି ରତ୍ନଭଣ୍ଡାର। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସବୁ ପ୍ରକ୍ରିୟା ପାଳନ ହେବ। ରାଜ୍ୟ ସରକାର ୧୬ ଜଣିଆ କମିଟି ଗଠନ କରିଛନ୍ତି। ବୈଠକରେ ଏହି କମିଟି ଗଣତି ଓ ମଣତି ନେଇ ନିଷ୍ପତ୍ତି ନେବେ। କେଉଁ ତାରିଖରେ ରତ୍ନଭଣ୍ଡାର ଖୋଲାଯିବ ନିଷ୍ପତ୍ତି ନିଆଯିବ। ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ଵନାଥ ରଥଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି। ଆଉ ଖୁବ୍ ଶୀଘ୍ର ରତ୍ନଭଣ୍ଡାର ଖୋଲିବ। 

Also read: ରଥଯାତ୍ରା ପାଇଁ ମୁତୟନ ହେବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ, ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଆଜି ଅପରାହ୍ଣରେ ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ଅବସରପାପ୍ତ ବିଚାରପତି ଜଷ୍ଟିସ୍ ଅରିଜିତ୍ ପଶାୟତ କହିଥିଲେ ଯେ, ଆସନ୍ତା ୮ ତାରିଖରେ ଖୋଲିନପାରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର । ଉକ୍ତ ଦିନ ରଥ ଯାତ୍ରା ଥିବାରୁ ରତ୍ନ ଭଣ୍ଡାର ଖୋଲାଯିବା ସମ୍ଭାବନା କମ୍ । ଯେବେ ସରକାର ନିଷ୍ପତ୍ତି ନେବେ, ସେବେ ଖୋଲାଯିବ । ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ଅବସରପାପ୍ତ ବିଚାରପତି ଜଷ୍ଟିସ୍ ଅରିଜିତ୍ ପଶାୟତ । ବିମାନବନ୍ଦରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଅବସରପାପ୍ତ ଜଷ୍ଟିସ୍ ଅରିଜିତ୍ ପଶାୟତ ଏହା କହିଥିଲେ। 

ସୂଚନାଯୋଗ୍ୟ, ରାଜ୍ୟରେ କ୍ଷମତାକୁ ଆସିଲେ ଚାରି ଦ୍ଵାର ଖୋଲିବା, ମହାପ୍ରଭୁଙ୍କ ରତ୍ନଭଣ୍ଡାର ଯାଞ୍ଚ, ମରାମତି ଓ ଗଣନା କାର୍ଯ୍ୟ କରିବାକୁ ବିଜେପି ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା । ଶପଥ ନେବାର ୩ ଘଣ୍ଟାରୁ କମ ସମୟ ଭିତରେ ଚାରି ଦ୍ଵାରା ଖୋଲା ଯାଇଛି। ଏବେ ରତ୍ନଭଣ୍ଡାର ଖୋଲିବା ନେଇ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏ ନେଇ ଯାଞ୍ଚ କମିଟିର ପରାମର୍ଶ ଆଧାରରେ ପଦକ୍ଷେପ ନିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.