ଲଞ୍ଚ ହେଲା ନୂଆ Honda DIO 125, ରହିଛି ଦମଦାର ଇଞ୍ଜିନ ସହ ଷ୍ଟାଇଲିଶ ଲୁକ୍

Published By : Prameya-News7 Bureau | April 16, 2025 IST

BikeWale

ନୂଆଦିଲ୍ଲୀ: ଲଞ୍ଚ ହୋଇଛି Honda Dioର ଅପଡେଟେଡ ମଡେଲ Dio 125। ଦମଦାର ଇଞ୍ଜିନ, ସ୍ପୋର୍ଟୀ ଏବଂ ଷ୍ଟାଇଲିଶ ଲୁକରେ ଲଞ୍ଚ ହୋଇଥିବା ଏହି ସ୍କୁଟର, ଯୁବବର୍ଗଙ୍କୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି। ସ୍କୁଟରର ଦାମ୍ ୯୬ ହଜାର ୭୪୯ ଟଙ୍କାରୁ ଆରମ୍ଭ ହେଉଥିବାବେଳେ, ରହିଛି ଭଳିକି ଭଳି ଆକର୍ଷଣୀୟ ଫିଚର୍ସ।

ବଜାରକୁ ଆସିଲା ନୂଆ ହଣ୍ଡା ଡିଓ ୧୨୫। ରହିଛି ନୂଆ ଲୁକ୍ ସହ ନୂଆ ଇଞ୍ଜିନ। ଗ୍ରାହକଙ୍କ କରିବ ଆକୃଷ୍ଟ। ହଣ୍ଡା ମୋଟରସାଇକେଲ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ଭାରତରେ ଏହାର ନୂଆ ୨୦୨୫ ଡିଓ ୧୨୫ ଲଞ୍ଚ କରିଛି। ଯୁବବର୍ଗଙ୍କୁ ଧ୍ୟାନରେ ରଖି ଲଞ୍ଚ କରାଯାଇଥିବା ଅପଡେଟେଡ ଡିଓ ୧୨୫ରେ ରହିଛି ଆକର୍ଷଣୀୟ ଡିଜାଇନ। ଖାଲି ସେତିକି ନୁହେଁ ଅପଗ୍ରେଡେଡ ଫିଚର୍ସ ସହ ସ୍ପୋର୍ଟୀ ଏବଂ ଷ୍ଟାଇଲିଶ ଲୁକ୍ ସ୍କୁଟରକୁ କରୁଛି ଖୁବ୍ ଆକର୍ଷଣୀୟ ।

ସ୍କୁଟରରେ ରହିଛି ୧୨୩.୯୨ ସିସିର ସିଙ୍ଗିଲ ସିଲିଣ୍ଡରର ଇଞ୍ଜିନ। ଯାହା ୮.୧୯ ଏଚପି ପାଓ୍ବାର ଏବଂ ୧୦.୫ ଏନଏମର ଟର୍କ ଉତ୍ପନ୍ନ କରିଥାଏ। ସେହିଭଳି ବାଇକର ଫିଚର୍ସ ବିଷୟରେ କହିଲେ ଏଥିରେ ରହିଛି ୪.୨ ଇଞ୍ଚ୍‌ର ଟିଏଫଟି ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ଯେଉଁଥିରେ ମାଇଲେଜ, ଟ୍ରିପ ମିଟର, ରେଞ୍ଜ ଏବଂ , ଟର୍ଣ୍ଣ ବାଏ-ଟର୍ଣ୍ଣ ନାଭିଗେସନ, ଇକୋ ଇଣ୍ଡିକେଟର୍ସ ଭଳି ରିୟଲ-ଟାଇମ ଡାଟା ଦେଖିପାରିବେ ରାଇଡର। ଏହା ସହ ହଣ୍ଡା ରୋଡ ସିଙ୍କ୍‌ ଆପ୍ ଦ୍ବାରା ସ୍କୁଟର ସହ ମୋବାଇଲ କନେକ୍ଟ କରି ରାଇଡର ମେସେଜ ଆଲର୍ଟ ଏବଂ ନାଭିଗେସନ ପାଇପାରିବେ। ସେହିପରି ସ୍କୁଟରରେ ସ୍ମାର୍ଟ କି, ୟୁଏସବି ଟାଇପ୍-ସି ଚାର୍ଜର ଏବଂ ଇଞ୍ଜିନ ଷ୍ଟାର୍ଟ/ ଷ୍ଟପ୍ ସିଷ୍ଟମ ଭଳି ଫିଚର୍ସ ମଧ୍ୟ ଦିଆଯାଇଛି।

ତେବେ ସ୍କୁଟରକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଗ୍ରାଫିକ୍ସରେ ପରିବର୍ତ୍ତନ ହୋଇଛି। ସ୍କୁଟରକୁ ଦୁଇଟି ଭାରିଆଣ୍ଟରେ ଲଞ୍ଚ କରାଯାଇଛି। ଡିଏଲ୍‌ଏକ୍ସ ଏବଂ ଏଚ-ସ୍ମାର୍ଟ ଭାରିଆଣ୍ଟ। ଉଭୟ ଭାରିଆଣ୍ଟରେ ୫ କଲର ଅପ୍ସନ- ମ୍ୟାଟ ମାର୍ଭେଲ ବ୍ଲୁ ମେଟାଲିକ୍, ପର୍ଲ ଡିପ୍ ଗ୍ରାଉଣ୍ଡ ଗ୍ରେ, ପର୍ଲ ସ୍ପୋର୍ଟସ ୟେଲୋ, ପର୍ଲ ଇଗନିଅସ ବ୍ଲାକ୍ ଏବଂ ଇମ୍ପିରିୟଲ ରେଡ୍‌ କଲର ସହ ଉପଲବ୍ଧ। ଡିଏଲଏକ୍ସ ଭାରିଆଣ୍ଟର ମୂଲ୍ୟ ୯୬ ହଜାର ୭୪୯ ଟଙ୍କାର ଏକ୍ସ ଶୋରୁମ ରହିଥିବାବେଳେ ଏଚ ସ୍ମାର୍ଟର ମୂଲ୍ୟ ୧. ୦୨ ଲକ୍ଷ ଟଙ୍କା ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.