କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉଦଘାଟିତ ହେଲା ନୂଆ ଚକ୍ଷୁ ବିଭାଗ

Published By : Prameya-News7 Bureau | November 30, 2024 IST

କଟକ ୩୦।୧୧: କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନୂଆ ଚକ୍ଷୁ ବିଭାଗ ଉଦଘାଟିତ ହୋଇଯାଇଛି । କଟକ ସାଂସଦ ଭର୍ତ୍ତୃହରି ମହତାବ ଏହି ୨୦ ଶଯ୍ୟା ବିଶିଷ୍ଟ ଚକ୍ଷୁ ବିଭାଗର ଉଦଘାଟନ କରିଛନ୍ତି । ଅତ୍ୟାଧୁନିକ ଯନ୍ତ୍ରାଂଶ ସହ ଏହି ନୂଆ ଓ୍ବାର୍ଡରେ ମୋତିଆବିନ୍ଦୁ ଓ ଗ୍ଲୁକୋମା ଚିକିତ୍ସା କରାଯିବା ସହ ଅସ୍ତ୍ରୋପଚାର ମଧ୍ୟ କରାଯିବ । ତେବେ ଅସ୍ତ୍ରୋପଚାର ପାଇଁ ଆବଶ୍ୟକ ଯନ୍ତ୍ରାଂଶ ଶନିବାର ସୁଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ପାରିନାହିଁ । ଆବଶ୍ୟକ ଯନ୍ତ୍ରାଂଶ ଖୁବଶୀଘ୍ର ପହଞ୍ଚିବ ଓ ଅସ୍ତ୍ରୋପଚାର ଆରମ୍ଭ ହେବ ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି । ଆଜି ଉଦଘାଟନ ଅବସରରେ କଟକ ମେୟର ସୁବାଷ ସିଂ, ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦୋସ ଓ ଜିଲ୍ଲାପାଳ ଦତ୍ତାତ୍ରୟ ଭାଓ ସାହେବ ସିନ୍ଦେ ଉପସ୍ଥିତ ଥିଲେ ।

You Can Read:

କଂଗ୍ରେସକୁ କଡ଼ା ଭାଷାରେ ସମାଲୋଚନା କଲେ ଆଇନ ମନ୍ତ୍ରୀ, କହିଲେ- କଂଗ୍ରେସ ଦେଶ ବିରୋଧୀ, ବିକାଶ ବିରୋଧୀ ଏବଂ ଜନ ବିରୋଧୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.