ଭୁବନେଶ୍ବର ୩୦।୧୧: କଂଗ୍ରେସକୁ କଡା ଭାଷାରେ ସମାଲୋଚନା କଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ସେ କହିଛନ୍ତି, କଂଗ୍ରେସ ଦେଶ ବିରୋଧୀ, ବିକାଶ ବିରୋଧୀ ଏବଂ ଜନ ବିରୋଧୀ । ଧ୍ବଂସ ଆଡକୁ ଯାଉଛି କଂଗ୍ରେସ । ମାଇକ୍ରୋସ୍କୋପ ଲଗାଇକି ଦେଖିଲେ ବି କଂଗ୍ରେସର ସତ୍ତା ନଜରକୁ ଆସିବନି । କଂଗ୍ରେସ ପକ୍ଷାଘାତର ଶିକାର ହୋଇଛି । ଚାଲୁ ପାରୁନି । ଛୋଟ ଛୋଟ ଦଳ ସହ ସିଟ୍ ବୁଝାମଣା କରି ବଞ୍ଚିଛି । ଓଡ଼ିଶାରେ ଗୌରବମୟ ଅଧ୍ୟାୟ ଆରମ୍ଭ ହୋଇଛି । ଡିଜି ଏବଂ ଆଇଜି କନଫରେନ୍ସ ପ୍ରଥମ ଥର ହେଉଛି । ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ, ସମସ୍ତ ଡିଜି, ଆଇଜି ଉପସ୍ଥିତ ଅଛନ୍ତି । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ସମଗ୍ର ଦେଶର ନଜର ଓଡ଼ିଶାରେ ଅଛି । କଂଗ୍ରେସ ଛାମୁଆ ସଂଗଠନ ବାଚାଳାମି ଆରମ୍ଭ କରିଛି । ଯାହା ଦୁର୍ଭାଗ୍ୟଜନକ । କଂଗ୍ରେସ ଜିନରେ ଖରାପ ଗୁଣାବତ୍ତା ପଶିବା ଆରମ୍ଭ କରିଛି । କଂଗ୍ରେସ ସମ୍ପୂର୍ଣ୍ଣ ଦେଶ ବିରୋଧୀ ତତ୍ତ୍ୱ ହେବାକୁ ଆରମ୍ଭ କରିଛି । ବିଦେଶରେ ଯଦି କିଏ ଦେଶ କିମ୍ବା ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କହୁଛି କଂଗ୍ରେସକୁ ସୁହାଉଛି । ତାର ଟିପ୍ପଣୀ ରଖି ଆନ୍ଦୋଳନ ଆରମ୍ଭ କରିଛି । କଂଗ୍ରେସ ମଧ୍ୟ ବିକାଶ ବିରୋଧୀ । ବିକାଶକୁ ପର୍ଯ୍ୟାୟ କ୍ରମେ ବିରୋଧ କରି ଆସୁଛି । ଜନବିରୋଧୀ କଂଗ୍ରେସ । ଓଡିଶାବାସୀ ଯେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ହୃଦୟ ଖୋଲି ସମର୍ଥନ କରୁଛନ୍ତି, ସେତେବେଳେ ଏମାନେ କେମିତି ବିରୋଧ କରୁଛନ୍ତି । ଶୀର୍ଷ ନେତୃତ୍ୱ ନଜର ଦିଅନ୍ତୁ ଛାମୁଆ ସଂଗଠନ ଗୁଡିକ କ’ଣ କରୁଛନ୍ତି ବୋଲି ପୃଥ୍ବୀରାଜ କହିଛନ୍ତି ।
You Can Read:
ଜମିବାଡ଼ି ବିବାଦକୁ କେନ୍ଦ୍ରକରି ହଣାକଟା, ଦୁଇ ପରିବାରର ୬ ଗୁରୁତର