ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କାରଖାନା ଦୁର୍ଘଟଣା: ୩୭ ଘଣ୍ଟା ପରେ ମିଳିଲା ୨ ଶ୍ରମିକଙ୍କ ମୃତଦେହ

Published By : Prameya-News7 Bureau | January 18, 2025 IST

ସୁନ୍ଦରଗଡ ୧୮/୦୧: ଡାଲମିଆଁ ସିମେଣ୍ଟ କମ୍ପାନୀ ଅଘଟଣ ମାମଲା। ୩୭ ଘଣ୍ଟା ପରେ ମିଳିଲା ଦୁଇ ଶ୍ରମିକଙ୍କ ମୃତଦେହ । ଏବେବି ଚାଲିଛି ଆଉ ଜଣେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ । ଗେଟ ସମୁଖରେ ସ୍ଥାନୀୟ ଲୋକଙ୍କ ବିକ୍ଷୋଭ । 

ରାଜଗାଙ୍ଗପୁର ଶୁକ୍ରବାର ଡାଲମିଆଁ ସିମେଣ୍ଟ କାରଖାନା ଦୁର୍ଘଟଣା ଘଟି ୩ ଜଣ ନିଖୋଜ ହୋଇଥିଲେ । ବୟଲର୍ ଅପରେଟର ସୁଶାନ୍ତ ରାଉତ, ବୈଷୟିକ କର୍ମଚାରୀ ଦଶରଥ ପାତ୍ର ଓ  ରଞ୍ଜିତ ଭୋଳଙ୍କ ପତ୍ତା ମିଳୁନଥିଲା । ଅନ୍ୟମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାର କୁହାଯାଉଛି । ତେବେ ଆଜି ଦୁୁଇ ଜଣଙ୍କ ପତ୍ତା ମିଳିଛି । 

ସୂଚନା ଥାଉକି, ଗୁରୁବାର ସନ୍ଧ୍ୟା ପ୍ରାୟ ୫ଟା ୩୦ରେ ଏହି ଦୁର୍ଘଟଣା ଘଟିଥିଲା । ବଙ୍କର୍‌ ତଳେ ଶ୍ରମିକମାନେ କାମ କରୁଥିବାବେଳେ ତାହା ଭାଙ୍ଗି ସେମାନଙ୍କ ଉପରେ ପଡ଼ିଥିଲା । ବଙ୍କର୍‌ କୋଇଲା ଗୁଣ୍ଡରେ ଭର୍ତ୍ତି ହୋଇଥିବାରୁ ସେଥିରେ ଶ୍ରମିକମାନେ ପୋତି ହୋଇଯାଇଥିଲେ। ବହୁ ସମୟ ପର୍ଯ୍ୟନ୍ତ ସେମାନେ କୋଇଲା ତଳେ ଚାପି ହୋଇ ରହିଥିଲେ । ଏହି ଖବର ପରେ କାରଖାନା ଭିତରକୁ କମ୍ପାନୀର ୩ଟି କ୍ରେନ ଓ ୩ଟି ନିଜସ୍ୱ ଆମ୍ବୁଲାନ୍ସ ଯାଇଥିଲା । ୭ଟି ସରକାରୀ ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗର ୧୦ରୁ ଅଧିକ ଗାଡି ମଧ୍ୟ ନିୟୋଜିତ ହୋଇଥିଲେ । 

ସେପଟେ ଦୁର୍ଘଟଣା ପରେ କାରଖାନା ଗେଟ୍‌ ବାହାରେ ଭିଡ଼ ଜମିଥିଲା । ଶ୍ରମିକଙ୍କ ପରିବାରବର୍ଗ ପହଞ୍ଚିବା ପରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଫାଟକ ବନ୍ଦ ଥିବାରୁ ଦୁର୍ଘଟଣାସ୍ଥଳକୁ ଛାଡ଼ିବା ପାଇଁ ଲୋକେ ଦାବି କରିଥିଲେ । ତେଣୁ ପରିସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ ମୁତୟନ ହୋଇଥିଲେ । କମ୍ପାନିର ଅବହେଳା ପାଇଁ ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି । 

ଦୁର୍ଘଟଣାକୁ ନେଇ ପ୍ରେସ ବିଜ୍ଞପ୍ତି ଜାରି କରିଛି ଡାଲମିଆ ସିମେଣ୍ଟ କମ୍ପାନି । ଜିଲ୍ଲା ପ୍ରଶାସନର ସହଯୋଗରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଖୁବଶୀଘ୍ର ଅପରେସନ ସରିବ ବୋଲି କହିଛନ୍ତି ଉପଜିଲ୍ଲାପାଳ । ନିଖୋଜ ଶ୍ରମିକଙ୍କ ପତା ମିଳୁନଥିବାରୁ ସମ୍ପର୍କୀୟଙ୍କ ଆଖିରୁ ଲୁହ ଶୁଖୁନି। ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଉଥିବାରୁ ପରିବାରବର୍ଗଙ୍କ ମଧ୍ୟରେ ଭାଳେଣି ପଡ଼ିଛି । 

ଅଧିକ ପଢନ୍ତୁ..

ପାଟଣାଗଡ଼ ନିର୍ବାଚନ ଅନିୟମିତତା ଅଭିଯୋଗ ମାମଲା: କନକ ବର୍ଦ୍ଧନଙ୍କ ଅନ୍ତରୀଣ ଆବେଦନ ଖାରଜ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.