ବୈପାରୀଗୁଡା ୧୪/୦୩: କୋରାପୁଟ ବୈପାରୀଗୁଡାରେ ମାଟି ତଳେ ରଖାଯାଇଥିଲା ରନ୍ଧା ମଦ। ପୋଲ ତଳେ ଏବଂ ଗାତ ଖୋଳି ମାଟି ଭିତରେ ରଖାଯାଇଥିଲା ଦେଶୀ ମଦ, ଜବତ କଲା ଅବକାରୀ ବିଭାଗ । କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାରେ ଅବକାରୀ ବିଭାଗ ପକ୍ଷରୁ ବଡ଼ଧରଣର ଚଢ଼ାଉ କରାଯାଇଛି ।
ବେଆଇନ ଭାବେ ରନ୍ଧା ଯାଇଥିବା ୫ ହଜାର ୫୦୦ ଲିଟର ମହୁଲ ପୋଚ ଏବଂ ୨୦୦ ଲିଟର ଦେଶୀ ମଦ ଜବତ ହୋଇଛି । ବୈପାରିଗୁଡା ଅବକାରୀ ଥାନା ଲିମା ଗାଁରେ ଚଢ଼ାଉ ହୋଇଥିଲା । ତେବେ ଚଢାଉ ସମୟରେ ଅବକାରୀ ପୋଲିସକୁ ଦେଖି ମଦ ବ୍ୟବସାୟୀ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।
ସୂଚନା ଥାଉକି, ବେଆଇନ ଭାବେ ଦେଶୀ ମଦ ପ୍ରସ୍ତୁତ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ । କଲଭଟ ତଳେ ଗଚ୍ଛିତ ରଖାଯାଇଥିବା ଡ୍ରମ ଡ୍ରମ ମହୁଲ ପୋଚ ଦେଶୀ ମଦ ଜବତ ହୋଇଛି । ତେବେ ଚଢ଼ଉ ବେଳେ ସମସ୍ତ ଚୋରା ମଦ ବ୍ୟବସାୟୀ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି l ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ଉ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।