ଅନାୟାସରେ ରାଜପଥରେ ବୁଲୁଛନ୍ତି ହାତୀପଲ, ଅଟକିଲା ଗାଡି ମଟର

Published By : Prameya-News7 Bureau | March 14, 2025 IST

ସମ୍ବଲପୁର ୧୪/୦୩: ରାଜରାସ୍ତାରେ ବୁଲୁଛନ୍ତି ହାତୀପଲ । ଅନାୟାସରେ ହାତୀପଲ ଜାତୀୟ ରାଜପଥରେ ବିଚରଣ କରୁଛନ୍ତି । ସମ୍ବଲପୁର ଦେବଗଡ ଜାତୀୟ ରାଜପଥ ପଡିଆବାହାଲ ନିକଟରେ ହାତୀପଲ ରାସ୍ତା ପାର କରୁଛନ୍ତି । 

ସନାତନପାଲି ଗାଁରୁ ନିଲ ଡୁଙ୍ଗୁରୀ ପାର ହେଉଥିବା ଆଜି ଦେଖିବାକୁ ମିଳିଛି । ଫଳରେ ଦୀର୍ଘ ସମୟ ଧରି ଲୋକେ ରାଜରାସ୍ତାରେ ସକାଳ ୫ଟା ୪୫ ସମୟରେ ଅଟକି ରହିଥିଲେ । ରାସ୍ତାର ଉଭୟ ପାର୍ଶ୍ୱରେ ଦୀର୍ଘ ସମୟ ଧରି ଭୟରେ ଗାଡି ମଟର ଅଟକି ରହିଥିଲା । 

ସୂଚନା ଥାଉକି, ପଶ୍ଚିମ ଓଡ଼ିଶା ଦୀର୍ଘ ଦିନ ହେବ ହାତୀପଲଙ୍କ ଉପଦ୍ରବ ଲାଗି ରହିଛି । ଜାତୀୟ ରାଜପଥରେ ଅନାୟାସରେ ଲାଗିରହୁଛି ଚଳପ୍ରଚଳ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.