ବ୍ରହ୍ମପୁର ୧୪/୦୩: ବ୍ରହ୍ମପୁରରେ ଅଭାବନୀୟ ଘଟଣା । ଘର ଭଡା ଦେଇଥିବା ଘର ମାଲିକ ଭଡାଟିଆଙ୍କ ଜିନିଷ ପତ୍ର ବାହାରକୁ ଫୋପାଡ଼ିବା ସହ ଗୁରୁତ୍ୱ ପୂର୍ଣ୍ଣ ସାର୍ଟିଫିକେଟ, କିଛି ସରଞ୍ଜାମ ପୋଡି ନଷ୍ଟ କରିଥିବା ଅଭିଯୋଗ । ବୈଦ୍ୟନାଥପୁର ପୋଲିସ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରି ଘର ମାଲିକ ଓ ଝିଅକୁ ଗିରଫ କରିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଖୋଡାସିଂ ନିରଞ୍ଜନ ନଗର ତୃତୀୟ ଗଳିରେ ।
ସୂଚନା ଥାଉକି, ଆର୍ଥିକ ଅସୁବିଧା ହେତୁ, ପୁରୀ ଜିଲ୍ଲାର ଅଶ୍ବିନୀ କୁମାର ସାମନ୍ତ ସିଂହାର ଦୁଇ ମାସର ଘର ଭଡା ଦେଇନଥିଲେ ଭଡାଟିଆ । ଏହାସହ ଅଗ୍ରୀମ ଅର୍ଥାତ୍ ଆଡଭାନ୍ସ ଟଙ୍କାରୁ ୧୨ ହଜାର ଟଙ୍କା କାଟିବାକୁ ବାରମ୍ବାର ଘର ମାଲିକଙ୍କୁ ନେହୁରା ହୋଇଥିଲେ । ବାରମ୍ୱାର ଅନୁରୋଧ କରିବା ପରେ ଘର ମାଲିକ ଶୁଣି ନଥିଲା । ଓଲଟା ଦାଦାଗିରି ଦେଖାଇ ଭଡ଼ାଟିଆ ନିଜ ଗାଁକୁ ଯାଇଥିବା ବେଳେ ଘର ମାଲିକ ଭାଡା ଘରେ ତାଲା ପକାଇ ଦେଇଥିଲେ ।
also read...
ଦୋଳ ମେଳଣରେ ଫୁଟିଲା ବାଣ, ୨ ଜଣ ଗୁରୁତର
ପରେ ଘରକୁ ଆସିବା ପରେ ଅଶ୍ୱିନୀଙ୍କୁ ଆଉ ଘର ଭିତରକୁ ପ୍ରବେଶ କରିବାକୁ ଦେଇନଥିଲେ ଘର ମାଲିକ । ପୋଲିସ ସହଯୋଗରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଘର ତାଲା ଭାଙ୍ଗି ତଦନ୍ତ ବେଳେ କିଛି ଜିନିଷ ପୋଡି ନଷ୍ଟ କରିଥିବା ବେଳେ ଆଉ କିଛି ଘର ନିକଟ ଏକ ସ୍ଥାନକୁ ଫୋପାଡ଼ି ଦେଇଥିଲେ । ଅଭିଯୋଗ ପରେ ସିସିଟିଭିରୁ ଜଣାପଡିଥିଲା ଅସଲ ସତ । ପରେ ଘର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ.