ବିଲରୁ ମିଳିଲା ନବଜାତକର ମୃତଦେହ, ପଲିଥିନ ଭିତରେ ଭର୍ତ୍ତି କରି ଫିଙ୍ଗିଦେଇଥିଲେ

Published By : Prameya-News7 Bureau | May 11, 2025 IST

ଉଦଳା ବିଲରେ ପଡିଛି ନବଜାତକର ମୃତଦେହ । ଏକ ପଲିଥିନ ଭିତରେ ଭର୍ତ୍ତି କରି କେହି ନବଜାତକକୁ ଫୋପାଡ଼ି ଦେଇଛି । ଏଭଳି ଘଟଣା ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା କୁଆଗୋଠଣା ଗ୍ରାମରେ ଘଟିଛି । 

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା କୁଆଗୋଠଣା ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଥିବା ବିଲରେ ଏକ ପଲିଥିନ ଭିତରେ ନବଜାତ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ତେବେ ମୃତଦେହ ମିଳିଥିବା ନବଜାତକର ବୟସ ୩ରୁ ୪ ମାସ ହେବ ବୋଲି ଅନୁମାନ କରାଯାଉଛି । ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେହି ଗର୍ଭ ନଷ୍ଟ କରିବା ପାଇଁ ଏଭଳି ହୀନ କାମ କରିଥିବା କୁହାଯାଉଛି ।

You Can Read:

ପଡୋଶୀକୁ କଟୁରୀରେ ହାଣି ହତ୍ୟା, ପୂର୍ବଶତ୍ରୁତାକୁ ନେଇ ଲାଗି ରହିଥିଲା ବିବାଦ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.