ଲୋକସଭାରେ ଶପଥ ନେବେ ଜେଲରେ ଥିବା କାଶ୍ମୀର ନେତା ଇଞ୍ଜିନିୟର ରସିଦ

Published By : Prameya-News7 Bureau | July 01, 2024 IST

HT

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ବାରାମୁଲ୍ଲା ଲୋକସଭା ଆସନରୁ ନିର୍ବାଚନରେ ଜିତିଥିବା କାଶ୍ମୀର ନେତା ଶେଖ ଅବଦୁଲ ରସିଦ ଓରଫ୍‌ ଇଞ୍ଜିନିୟର ରସିଦଙ୍କୁ ଶପଥ ଗ୍ରହଣ କରିବାକୁ ଅନୁମୋଦନ ମିଳିଛି। କୋର୍ଟରେ ଶୁଣାଣି ବେଳେ ଏନଆଇଏ କହିଛି ଯେ ରଶିଦ ଲୋକସଭାର ସଦସ୍ୟ ଭାବରେ ଶପଥ ନେଇପାରିବେ। ବାରାମୁଲ୍ଲା ଆସନରୁ ଜିତିବା ପରେ ରସିଦ ଶପଥ ଗ୍ରହଣ ପାଇଁ କୋର୍ଟରେ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ କରିଥିଲେ। NIA ଏହାକୁ ଅନୁମୋଦନ କରିଛି। ବାରାମୁଲ୍ଲା ଲୋକସଭା ଆସନରୁ ନିର୍ବାଚିତ ରସିଦଙ୍କୁ 2017 ମସିହାରେ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ପାଣ୍ଠି ନେଣଦେଣ ମାମଲାରେ ଗିରଫ କରାଯାଇଥିଲା। ଜେଲରେ ଥିବାବେଳେ ରସିଦ ବିଜୟ ହାସଲ କରିଛନ୍ତି।

୨୦୧୯ରୁ ରସିଦ ତିହାର ଜେଲରେ ରହିଛନ୍ତି। ଆତଙ୍କବାଦଙ୍କୁ ଆର୍ଥିକ ମାମଲାରେ ଏନଆଇଏ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା, ଯେଉଁଥିପାଇଁ ସେ ୧୮ ତମ ଲୋକସଭାରେ ସହକର୍ମୀଙ୍କ ସହ ଶପଥ ନେଇପାରିନଥିଲେ। ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ 2 ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରି ରସିଦ ଏକ ଉଲ୍ଲେଖନୀୟ ବିଜୟ ହାସଲ କରିଛନ୍ତି। ରସିଦଙ୍କୁ 472481 ଭୋଟ ମିଳିଥିଲା। ଯେଉଁଠାରେ ଓମାର ଅବଦୁଲ୍ଲା 268339 ଭୋଟ୍ ପାଇଥିଲେ। 204142 ଭୋଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଜାମ୍ମୁ କାଶ୍ମୀରର ଅନ୍ୟ ୪ ସାଂସଦ ଜୁନ୍ ୨୪ ରେ ଶପଥ ଗ୍ରହଣ କରିଥିଲେ। ରାଜ୍ୟରେ ମୋଟ ପାଞ୍ଚଟି ଲୋକସଭା ଆସନ ରହିଛି।

ଇଞ୍ଜିନିୟର ରସିଦ ଜେଲରେ ଥିବାବେଳେ ବିଜୟୀ ହୋଇଥିଲେ। ଏହା ପରେ ସେ ଶପଥ ଗ୍ରହଣ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଥିଲେ। ଏହା ଉପରେ ଦିଲ୍ଲୀ କୋର୍ଟ ଏହି ମାମଲାର ଶୁଣାଣି ଜୁନ୍ 22ରେ ସ୍ଥଗିତ ରଖି ଏନଆଇଏ ପକ୍ଷରୁ ଉତ୍ତର ମାଗିଥିଲେ। ଏହାର ଉତ୍ତର ଏନଆଇଏ ପକ୍ଷରୁ ଦାଖଲ କରିବା ପରେ କୋର୍ଟ ରସିଦଙ୍କୁ ଶପଥ ପାଇଁ ଅନୁମତି ଦେଇଛନ୍ତି। ଏନଆଇଏର ଅନୁମୋଦନ ପରେ ରସିଦ ଜୁଲାଇ ୫ରେ ଲୋକସଭାର ସଦସ୍ୟ ଭାବରେ ଶପଥ ଗ୍ରହଣ କରିପାରିବେ। ଇଞ୍ଜିନିୟର ରସିଦ ବର୍ତ୍ତମାନ ଦିଲ୍ଲୀର ତିହାର ଜେଲରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.