ନୂଆଦିଲ୍ଲୀ: ଭାରତରେ ବର୍ତ୍ତମାନ ଦୁଇଟି ଟ୍ରେଣ୍ଡ ଧନୀ ଓ ଗରିବ। ଏଇ ଦୁଇଟି ଟ୍ରେଣ୍ଡ ଭିତରେ ମଧ୍ୟବିତ୍ତ କୁଆଡ଼େ ହଜି ଯାଇଛି। ଯଦିଓ ଏହି ବର୍ଗ ଦେଶର ସଚ୍ଚୋଟ ବର୍ଗ ବୋଲି କୁହାଯାଏ, ଠିକ୍ ସମୟରେ ଟ୍ୟାକ୍ସ ଦେବା ଦେଶର ବ୍ୟବସ୍ଥା ପ୍ରତି ଲୟାଲ ହେବା ନୀତିରେ ଚାଲିଥାଏ, ହେଲେ ବଦଳରେ ସରକାର କେବଳ ଏହି ବର୍ଗ ଉପରେ ଚାପ ପକାଇଥାନ୍ତି। ଡେଙ୍ଗା ମୁଣ୍ଡ ଠେଙ୍ଗା ନ୍ୟାୟର ଆମ ଦେଶର ସରକାର ଚାଲୁଛି। ଯେଉଁଥିରେ ଅତିଷ୍ଟ ହୋଇଛନ୍ତି ମଧ୍ୟମ ବର୍ଗ ଜନତା। ସୋସିଆଲ୍ ମିଡିଆରେ ଗୋଟିଏ ପରୋ ଗୋଟିଏ ପୋଷ୍ଟ କରି ମଧ୍ୟମ ବର୍ଗକୁ ସାମାନ୍ୟ ମୁକ୍ତି ଦେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ଏକାଧିକ ୟୁଜର। ଫଳରେ କେନ୍ଦ୍ର ସରକାରଙ୍କୁ ଟ୍ୱିଟ୍ର ଜବାବ ମଧ୍ୟ ଦେବାକୁ ପଡ଼ିଛି। ଜଣେ ୟୁଜରଙ୍କ ଟ୍ୱିଟ୍ରେ ଜବାବ ଦେଇ ନିର୍ମଳା ସୀତାରମଣ କଣ ଲେଖିଛନ୍ତି ଆଗକୁ ପଢ଼ନ୍ତୁ।
ଭାରତର ମଧ୍ୟମ ବର୍ଗ ଖୁବ୍ ଅସନ୍ତୋଷ ଥିବା ନେଇ ଜଣେ ସୋସିଆଲ ମିଡିଆ ୟୁଜର ଏକ୍ସରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଟ୍ୱିଟ କରି ଅନୁରୋଧ କରିଥିଲେ। ସେ ଲେଖିଥିଲେ “ଦେଶ ପ୍ରତି ଯୋଗଦାନରେ ଆପଣଙ୍କର ଉଦ୍ୟମକୁ ଆମେ ପ୍ରଶଂସା କରୁଛୁ। ଆପଣ ଆମ ପାଇଁ ପ୍ରଶଂସାର ପାତ୍ର ନିଶ୍ଚୟ। ତେଣୁ ମୁଁ ବିନମ୍ର ଅନୁରୋଧ କରୁଛି ଯେ ମଧ୍ୟବର୍ଗକୁ କିଛି ରିଲିଫ ଦେବାକୁ ଚିନ୍ତା କରାଯାଉ। ମୁଁ ବୁଝୁଛି ଯେ ଏଥିରେ ଅନେକ ଚ୍ୟାଲେଞ୍ଜ ରହିଛି। ହେଲ ଏହା ମୋର ହୃଦରୁ ଅନୁରୋଧ।”
ଏହି ଟ୍ୱିଟର ଉତ୍ତର ଦେଇ ନିର୍ମଳା କହିଛନ୍ତି “ ଆପଣଙ୍କ ଉନ୍ନତ ବୁଝାମଣା ଓ ଉତ୍ତମ କଥା ପାଇଁ ଧନ୍ୟବାଦ। ମୁଁ ଆପଣଙ୍କ ସମସ୍ୟା ବୁଝୁଛି ଓ ଆପଣଙ୍କ ଚିନ୍ତାକୁ ତାରିଫ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଦାୟିତ୍ୱସମ୍ପନ୍ନ ସରକାର। ଲୋକଙ୍କ ସମସ୍ୟା ଶୁଣେ ଏ ଏହାର ସମାଧାନ କରେ। ଆପଣଙ୍କୁ ଚିନ୍ତାଧାର ପାଇଁ ଆଉଥରେ ଧନ୍ୟବାଦ। ଆପଣଙ୍କ ମତାମତା ମୂଲ୍ୟବାନ।”
ୟୁଜରଙ୍କୁ ସୁନ୍ଦର ଉତ୍ତର ଟିଏ ତ ଦେଇଦେଲେ ଅର୍ଥମନ୍ତ୍ରୀ। ହେଲେ ମଧ୍ୟବିତ୍ତଙ୍କ ଉପରେ ସରକାର ଯେଉଁ ଚାପ ପକାଉଛନ୍ତି ଏବେ ତାକୁ ନେଇ ମଧ୍ୟବିତ୍ତଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ବାରମ୍ବାର ଅନୁରୋଧ ସତ୍ତ୍ୱେ ବି କିଛି ସୁଫଳ ମିଳି ନାହିଁ ବୋଲି ଅଭିଯୋଗ ହୋଇଛି। ଭାରତର ମଧ୍ୟବିତ୍ତମାନେ ଆୟ ଉପରେ ଆୟକର ଏବଂ ଖର୍ଚ୍ଚ ଉପରେ ଜିଏସ୍ଟି ବୋଝ ଉଠାଉଛନ୍ତି। ଏହି ଦେଶର ଜନସଂଖ୍ୟାର ମାତ୍ର ୨ ପ୍ରତିଶତ ଥିବା ଏହି ଗୋଷ୍ଠୀ ଭାରତର ଭିତ୍ତିଭୂମି ଏବଂ କଲ୍ୟାଣ କାର୍ଯ୍ୟକ୍ରମ ପାଇଁ ଅର୍ଥ ପ୍ରଦାନରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି।