ଭୁବନେଶ୍ୱର ୧୪।୦୨ : ବିଧାନସଭା ବଜେଟ୍ ଅଧିବେଶନ । ପ୍ରଥମ ଦିନରେ ରାଜ୍ୟପାଳରେ ଅଭିଭାଷଣ ପରେ ଶୁକ୍ରବାର ଦିନ ଥିଲା ୨ୟ ଦିନ । ଶୁକ୍ରବାର ଦିନ ଗୃହ ଆରମ୍ଭ ହେବା ମାତ୍ରେ ଶୁଭୁଥିଲା ବିରୋଧୀଙ୍କ ବିରୋଧର ସ୍ୱର । ଉଭୟ ବିଜେଡି ଏବଂ କଂଗ୍ରେସ ବିଭିନ୍ନ ପ୍ରସଙ୍ଗ ନେଇ ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା ଏବଂ ହଟ୍ଟଗୋଳ କରିଥିଲା । ଯାହାଫଳରେ ଦିନ ୧୨ଟା ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢୀ ।
ବିଧାନସଭା ଅଧିବେଶନର ଶୁକ୍ରବାର ୨ୟ ଦିନ । ପ୍ରଥମେ ପ୍ରଶ୍ନକାଳରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଥିଲେ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏହି ସମୟରେ ବିରୋଧୀ ବିଜେଡ଼ି ଏବଂ କଂଗ୍ରେସ ଦଳ ଗୃହ ମଧ୍ୟଭାଗକୁ ଆସି ହୋହାଲ୍ଲା ଏବଂ ହଟ୍ଟଗୋଳ କରିଲେ । ବିଜେଡ଼ି ରାଜ୍ୟ ସରକାରଙ୍କ ଚାଷୀ ମାରଣା ନୀତିକୁ ବିରୋଧ କରୁଥିଲେ । ଏହାସହିତ ମଣ୍ଡରେ କଟ୍ନୀ ଛଟ୍ନୀର ଅଭିଯୋଗ ଆଣି ବିଧାୟକମାନେ ଜୋରଦାର୍ ବିରୋଧ କରୁଥିଲେ । ସେପଟେ କଂଗ୍ରେସ ମଧ୍ୟ ରାଜ୍ୟରେ ଆଇନ୍ଶୃଙ୍ଖଳା ପରିସ୍ଥିତି ନେଇ ମଧ୍ୟ ବିରୋଧ କରିଲେ । ଏପିରିକି ବାଚସ୍ପତି ବିରୋଧ କରୁଥିବା ବିଧାୟକମାନଙ୍କୁ ନିଜ ନିଜ ସିଟ୍କୁ ଫେରିଯିବାକୁ ଅନୁରୋଧ କରିଥିଲେ । ହେଲେ ବିଧାୟକମାନେ ନିଜ ନିଜ ଜିଦ୍ରେ ଅଟଳ ରହିଥିଲେ । ଏପିରିକି ବାଚସ୍ପତିଙ୍କ ପୋଡିୟମ୍ଙ୍କ ନିକଟକୁ ଆସି ହଟ୍ଟଗୋଳ କରିଥିଲେ। ଶେଷରେ ବାଧ୍ୟ ହୋଇ ବାଚସ୍ପତି ବିଧାନସଭାକୁ ଅପରାହ୍ନ ୧୨ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।