ବିଧାନସଭାରେ ଥମୁନି ବିରୋଧୀଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

Published By : Prameya-News7 Bureau | February 14, 2025 IST

ଭୁବନେଶ୍ୱର ୧୪।୦୨ : ବିଧାନସଭା ବଜେଟ୍ ଅଧିବେଶନ । ପ୍ରଥମ ଦିନରେ ଗୃହ ଅଚଳ । ପ୍ରଥମେ ଦିନ ୧୨ ଯାଏଁ ମୁଲତବୀ ହୋଇଥିଲା ଗୃହ। ମୁଲତବୀ ପରେ ପୁଣି ଥରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ବିରୋଧୀଙ୍କ ହୋହାଲ୍ଲା ଏବଂ ହଟ୍ଟଗୋଳ ଲାଗି ବିଧାନସଭାକୁ ୪ଟା ମୁଲତବୀ ରଖିଛନ୍ତି ବାଚସ୍ପତି । 

ପ୍ରଥମ ଦିନରେ ରାଜ୍ୟପାଳରେ ଅଭିଭାଷଣ ପରେ ଶୁକ୍ରବାର ଥିଲା ବିଧାନସଭା ଅଧିବେଶନର ୨ୟ ଦିନ । ଶୁକ୍ରବାର ଦିନ ଗୃହ ଆରମ୍ଭ ହେବା ମାତ୍ରେ ଶୁଭୁଥିଲା ବିରୋଧୀଙ୍କ ବିରୋଧର ସ୍ୱର । ଉଭୟ ବିଜେଡି ଏବଂ କଂଗ୍ରେସ ବିଭିନ୍ନ ପ୍ରସଙ୍ଗ ନେଇ ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା ଏବଂ ହଟ୍ଟଗୋଳ କରିଥିଲା । ଯାହାଫଳରେ ଦିନ ୧୨ଟା ଯାଏଁ ପ୍ରଥମେ ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି ସୁରମା ପାଢୀ । ୧୨ଟା ପରେ ଗୃହ ଆରମ୍ଭ ହେବା ମାତ୍ରେ ପୁଣି ଥରେ ଶୁଭିଥିଲା ବିରୋଧୀଙ୍କ ହୋହାଲ୍ଲା ଏବଂ ହଟ୍ଟଗୋଳ । ଶେଷରେ ବାଧ୍ୟ ହୋଇ ବାଚସ୍ପତି ସୁରମା ପାଢୀ ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି । 

  • OdishaNews
  • Odisha Assembly
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.