ଭୁବନେଶ୍ବର ୧।୫: କଟକ ବଡ଼ ଡାକ୍ତରଖାନା ଯାଏଁ ଚାଲିବ ମେଟ୍ରୋ ଟ୍ରେନ୍ । ତ୍ରିଶୂଳିଆ ପରିବର୍ତ୍ତେ କଟକ ବସଷ୍ଟାଣ୍ଡ ଓ କଟକ ବଡ଼ ମେଡିକାଲ ପର୍ଯ୍ୟନ୍ତ ସମ୍ପ୍ରସାରଣ ହେବ ମେଟ୍ରୋ ପ୍ରକଳ୍ପ । ଏନେଇ ପ୍ରସ୍ତୁତ କରାଯାଉଛି ନୂଆ DPR । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରୁ ଜୟଦେବ ବିହାର, ନନ୍ଦନକାନନ ଦେଇ ତ୍ରିଶୂଳିଆ ପରିବର୍ତ୍ତେ କଟକ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ମେଟ୍ରୋ ଚାଲିବ ବୋଲି ନିସ୍ପତ୍ତି ନେଇଥିଲେ ନୂଆ ସରକାର । ଏବେ ପୁଣି ସେଥିରେ କଟକ ବଡ଼ ମେଡିକାଲ ଯୋଡି ହୋଇଛି । ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ମେଟ୍ରୋ ପ୍ରକଳ୍ପ କେଉଁ ପଟ ଦେଇ କେଉଁଠିକି ଗଡିବ ସେଥିପାଇଁ ଏକ କମିଟି ଗଠନ କରାଯାଇଛି । ସେହି କମିଟି ଦେଶରେ ମେଟ୍ରୋ ଚାଲୁଥିବା ବିଭିନ୍ନ ସହର ବୁଲି ଅନୁଧ୍ୟାନ କରୁଛି । ଏଥିପାଇଁ ନୂଆ DPR ପ୍ରସ୍ତୁତ କରାଯାଉଛି । କେବଳ ରାଜ୍ୟ ପାଣ୍ଠିରୁ ନୁହେଁ, କେନ୍ଦ୍ର ସରକାରଙ୍କ ସହଯୋଗରେ ମେଟ୍ରୋ ପ୍ରକଳ୍ପ ତିଆରି ହେବ ବୋଲି ମନ୍ତ୍ରୀ କହିଛନ୍ତି ।
ମେଟ୍ରୋ ପ୍ରକଳ୍ପ କିଭଳି ଫିଜିବୁଲ ହେବ ଏବଂ ଅଧିକ ଲୋକ ଏହାକୁ ବ୍ୟବହାର କରିପାରିବେ ତା ପାଇଁ ସ୍ୱତନ୍ତ୍ର କମିଟି ଅନୁଧ୍ୟାନ କରୁଛି । ଏହାସହ ପୁରୀ, ଭୁବନେଶ୍ବର ଓ କଟକର କେଉଁ ପ୍ରମୁଖ ସ୍ଥାନ ମେଟ୍ରୋ ମ୍ୟାପରେ ଯୋଡି ହେବ ସେନେଇ ବି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି ।ଏଥିରେ ପୂର୍ତ୍ତ ବିଭାଗ, ଗୃହ ନିମାଣ ଓ ନଗର ଉନ୍ନୟନ ବିଭାଗ ସହ ମେଟ୍ରୋ ପ୍ରକ୍ପକୁକୁ ସହଯୋଗ କରୁଥିବା ସବୁ ବିଭାଗକୁ ନେଇ ନୂଆ ଡିପିଆର ପ୍ରସ୍ତୁତ ହେଉଛି । ଏକ୍ସପର୍ଟ କମିଟି ଖୁବ୍ ଶୀଘ୍ର ତଦନ୍ତ ସାରି ରିପୋର୍ଟ ପ୍ରଦାନ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।
ମନ୍ତ୍ରୀ କହିଛନ୍ତି ମେଟ୍ରୋ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ । ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତା ତିନି ଥାକିଆ ହେବ । ସବା ଉପରେ ମେଟ୍ରୋ ଯିବ । ତଳେ ରାସ୍ତାରେ ଗାଡ଼ି ଯିବ । ଏଯାଏଁ ମେଟ୍ରୋ ପ୍ରକଳ୍ପ ପାଇଁ ପୂର୍ବ ସରକାରରେ ୩୯୩ କୋଟି ଟଙ୍କା ଖର୍ଚ୍ଚ ସରିଛି ।ପୂର୍ବ ଡିପିଆର ଅନୂଯାୟୀ ପ୍ରକ୍ପପ କାମ ୨୦୨୩ ଠାରୁ ଆରମ୍ଭ ହୋଇଯାଇଛି । ଏହା ୪ ବର୍ଷ ମଧ୍ୟରେ ସରିବାର ଥିଲା । ଏବେ ନୂଆ ଡିପିଆର ଆସିବା ପରେ ତାହା କେତେ ସମୟ ମଧ୍ୟରେ ସରିବ ଓ କେବେ ଆରମ୍ଭ ହେବ ତାହା ଖୁବଶୀଘ୍ର ପ୍ରକାଶ କରିବ ବିଭାଗ ।
You Can Read:
୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ ମତ୍ସ୍ୟ ଅଧିକାରୀ, ଭଡା ଘରୁ ମିଳିଲା ସାଢ଼େ ୩ଲକ୍ଷ ଟଙ୍କା