ଭୁବନେଶ୍ବର ୧୧।୬: ଆସନ୍ତା ୨୦ ତାରିଖରେ ରାଜ୍ୟ ବିଜେପି ସରକାରର ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ଭୁବନେଶ୍ଵର ଜନତା ମଇଦାନରେ ହେବ ଭବ୍ୟ କାର୍ଯ୍ୟକ୍ରମ । ଏବେ ସୁଦ୍ଧା ସୂଚନା ଅନୁସାରେ ଅପରାହ୍ନ ୩ଟା ବେଳେ ଭୁବନେଶ୍ଵରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ୨ ଘଣ୍ଟା ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ । ବିହାରରୁ ଆସି ଭୁବନେଶ୍ବରରେ କାର୍ଯ୍ୟକ୍ରମ ସାରି ଭାଇଜାଗ ଯିବେ ମୋଦି ।
ପ୍ରଧାନମନ୍ତ୍ରୀଙ୍କ ଫୋକସରେ ଓଡ଼ିଶା । ପ୍ରଧାନମନ୍ତ୍ରୀ ୭ ମାସରେ ୫ ଥର ଓଡ଼ିଶା ଆସି ସାରିଛନ୍ତି । ଏଥରକୁ ମିଶାଇ ଷଷ୍ଠ ଥର ଆସୁଛନ୍ତି ପ୍ରଧାନମନ୍ତ୍ରୀ । ନିର୍ବାଚନ ପୂର୍ବରୁ ୬ ଥର ଆସିଛନ୍ତି । ନିର୍ବାଚନ ପ୍ରଚାର ବେଳେ ଓଡ଼ିଶା ଆସି ୩ ଥର ରାତ୍ର ରହଣି କରିଥିଲେ ମୋଦି । ନିର୍ବାଚନ ଘୋଷଣା ପୂର୍ବରୁ ସମ୍ବଲପୁର, ଚଣ୍ଡିଖୋଲ ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ । ସରକାର ହେବା ପୂର୍ବରୁ ଓଡ଼ିଶା ଏକ ନମ୍ବର ରାଜ୍ୟ ହୋଇପାରିବ ବୋଲି ମୋଦି କହିଥିଲେ ବୋଲି ମନମୋହନ କହିଛନ୍ତି ।
You Can Read:
ଆଧାର କାର୍ଡ ନଥିଲେ ବି ସ୍କୁଲରେ ଆଡ଼ମିସନ କରିପାରିବେ ଛାତ୍ରଛାତ୍ରୀ