ବାଲେଶ୍ୱର ଭଳି ବିଳାସପୁରରେ ବି ମୁହାଁମୁହିଁ ଧକ୍କା ହୋଇଥାନ୍ତା ଦୁଇ ଟ୍ରେନ୍, ଅଳ୍ପକେ ବର୍ତ୍ତିଲା, ରେଳବାଇ କହିଲା...

Published By : Prameya-News7 Bureau | June 11, 2023 IST

ବିଳାଶପୁର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣା ଭଳି ଦୃଶ୍ୟ ଛତିଶଗଡ଼ ବିଳାଶପୁରରେ ଦେଖିବାକୁ ମିଳିଛି। ହେଲେ ମହାବିପତ୍ତିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ। ବିଳାଶପୁରରେ ଦୁଇଟି ଟ୍ରେନ୍‌ ସାମ୍ନା ସାମ୍ନା ଆସୁଥିବାର ଭିଡିଓ ଭାଇରାଲ୍ ହେଉଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ ଲୋକାଲ୍ ଟ୍ରେନ୍‌ ଟ୍ରାକ୍‌ରେ ଛିଡ଼ା ହୋଇଥିବା ବେଳେ ସେହି ଟ୍ରାକ୍‌ରେ ଆଉ ଏକ ଟ୍ରେନ୍‌ ଆସୁଛି। ଏବେ ଏହି ଘଟଣାକୁ ନେଇ ରେଳବାଇ ପକ୍ଷରୁ  ସ୍ପଷ୍ଟୀକରଣ ଦିଆଯାଇଛି।

wp:embed {"url":"https://twitter.com/saji3131/status/1667855236780924928?s=20","type":"rich","providerNameSlug":"twitter","responsive":true}
https://twitter.com/saji3131/status/1667855236780924928?s=20
/wp:embed

ଭାଇରାଲ୍ ହେଉଥିବା ଭିଡିଓଟି ଜୟରାମ ଗନର ଓ ବିଳାଶପୁର ସେକ୍ସନ ମଝିରେ ଦୁଇ ଟ୍ରେନ୍‌ ସାମ୍ନା ସାମ୍ନି ହେବାର ଦୃଶ୍ୟ। ମିଳିଥିବା ସୂଚନା ଅନୁସାରେ ଶନିବାର ସନ୍ଧ୍ୟାରେ ବିଳାଶପୁର ଜିଲ୍ଲା ଜୟରାମନଗର ଓ ଯାଞ୍ଜଗିରି ଚାମ୍ପା ଜିଲ୍ଲାର କୋଟମୀସୋନର ମଧ୍ୟରେ ଲୋକାଲ ଯାତ୍ରୀବାହୀ ଟ୍ରେନ୍(ମେମୁ) ଓ ମାଲଗାଡ଼ି ଗୋଟିଏ ଟ୍ରାକ୍‌ରେ ଆସି ଯାଇଥିଲେ। କିନ୍ତୁ ଭାଗ୍ୟ ଭଲ ଦୁଇଟି ଗାଡ଼ିକୁ ଧକ୍କା ହେବାରୁ ପୂର୍ବରୁ ରୋକି ଦିଆଯାଇଥିଲା।

ପଢ଼ନ୍ତୁ -ଓଡିଶା ପରେ ପଶ୍ଚିମବଙ୍ଗରେ ଟ୍ରେନ୍ ଦୁର୍ଘଟଣା, ଟ୍ରାକ୍‌ରୁ ଖସିଲା ମେଦିନୀପୁର-ହାୱାଡା ପାସେଞ୍ଜର୍ ଟ୍ରେନ୍

ଭିଡିଓକୁ ନେଇ ରେଳବାଇ କହିଛି ଯେ ଜୟରାମନଗର ବିଳାଶପୁର ସେକ୍ସନ ଅଟୋମୋଟିକ ସିଗ୍ନାଲ ବ୍ଲକ ସେକ୍‌ସନ। ତେଣୁ ସିଗ୍‌ନାଲ ଦ୍ୱାରା ଟ୍ରେନ୍ ପରିଚାଳିତ କରାଯାଇଛି। ରେଳବାଇ ପିଆର୍‌ଓ ଅମ୍ବ୍ରିଶ ସାହୁ କହିଛନ୍ତି “ଗୋଟିଏ ଲାଇନ୍‌ରେ ଗୋଟିଏରୁ ଅଧିକ ଗାଡ଼ିର ସୁରକ୍ଷା ସୁରକ୍ଷିତ ପରିଚାଳନା ଗୋଟି ଏସମୟରେ ସିଗ୍‌ନାଲ ଆଧାରରେ ହୋଇଥାଏ।” ତେଣୁ ଦୁଇଟି ଟ୍ରେନ୍‌କୁ ପରିଚାଳିତ କରାଯାଇ ରୋକାଯାଇଛି ବୋଲି ପିଆରଓ କହିଛନ୍ତି।

{"width":836,"height":471}
Odisha train accident: Here are top 10 updates you need to know | Mint

ସେପଟେ ବାଲଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ୧୦ ଦିନ ପୂରିଥିବା ବେଳେ ଏପର୍ଯ୍ୟନ୍ତ ପରିବାର ଲୋକମାନେ ସମ୍ପର୍କୀୟଙ୍କ ମୃତଦେହ ପାଇ ନାହାନ୍ତି। ଏବେ ବି ଭୁବନେଶ୍ୱର ଏମ୍ସରର କଣ୍ଟେନରରେ ୮୧ ମୃତଦେହ ପଡି ରହିଛି। ହସ୍ତାନ୍ତର ପାଇଁ ଡିଏନ୍ଏ ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରାଯାଇଛି। DNA ଟେଷ୍ଟ ପାଇଁ ୭୦ ଜଣଙ୍କ ନମୁନା ନିଆଯାଇଛି। ରିପୋର୍ଟ ଆସିବାକୁ ଆହୁରି ୩/୪ ଦିନ ସମୟ ଲାଗିବ ବୋଲି ଜଣାପଡ଼ିଛି । ମୃତଦେହ ପାଇଁ DNA ସାମ୍ପଲ ଦେଲା ପରେ ବି ରାଜ୍ୟ ବାହାରର ଅନେକ ବ୍ୟକ୍ତି ଏମ୍ସ ବାହାରେ ଡେରା ପକାଇଛନ୍ତି।

ପଢ଼ନ୍ତୁ -ବ୍ୟଥିତ କଲା ବାହାନଗା ଟ୍ରେନ୍ ଦୁର୍ଘଟଣା, ୪୦୦ କି.ମି. ଯାଇ ଯୋଗାଇଲେ ମାଗଣା ଆମ୍ବୁଲାନ୍ସ ସେବା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.