୧୧ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ

Published By : Prameya-News7 Bureau | September 08, 2024 IST

ଭୁବନେଶ୍ୱର ୦୮।୦୯ : ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ସ୍ପଷ୍ଟ ଚିହ୍ନିତ ଲଘୁଚାପ (ୱେଲ ମାର୍କଡ୍‌) ରେ ପରିଣତ ହୋଇଛି । ରବିବାର ସୁଦ୍ଧା ଏହା ଅବପାତରେ   ପରିଣତ ହୋଇ ଉତ୍ତର ଓଡ଼ିଶା ଓ ଗାଙ୍ଗେୟ ପଶ୍ଚିମବଙ୍ଗ  ଉପକୂଳ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇପାରେ । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୧୧ ତାରିଖ ଯାଏ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି । 

୮ ତାରିଖରେ ଗଞ୍ଜାମ, ଗଜପତି, ମାଲକାନଗିରି,  କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏ ସବୁ   ସ୍ଥାନରେ ୭୦ରୁ ୨୦୦ମିମି ପର୍ଯ୍ୟନ୍ତ ବର୍ଷା ସମ୍ଭାବନା  ଅଛି । ସେହିଭଳି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର  ଓ କେନ୍ଦ୍ରାପଡ଼ାରେ ୭୦ରୁ ୧୧୦ମିମି ଯାଏ ବର୍ଷା ସମ୍ଭାବନା ଅଛି । 

୯ ତାରିଖରେ କନ୍ଧମାଳ, ଗଞ୍ଜାମ,  ଗଜପତି, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼,  ବୌଦ୍ଧ ଓ କଳାହାଣ୍ଡିରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ମାଲକାନଗିରି, କୋରାପୁଟ, ରାୟଗଡ଼ା,  ନବରଙ୍ଗପୁର, ଭଦ୍ରକ, ଯାଜପୁର, ଢେଙ୍କାନାଳ,  ବୌଦ୍ଧ, ନୂଆପଡ଼ା, କେନ୍ଦ୍ରାପଡ଼ା, ଜଗତସିଂହପୁର,  ସୋନପୁର, ବଲାଙ୍ଗିର, ବରଗଡ଼, ଅନୁଗୁଳ, ସମ୍ବଲପୁର  ଓ ଦେବଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ଅଛି । 

୧୦ ତାରିଖରେ କନ୍ଧମାଳ, କଳାହାଣ୍ଡି, ବୌଦ୍ଧ,  ଢେଙ୍କାନାଳ, ବଲାଙ୍ଗିର, ଅନୁଗୁଳ, ସୋନପୁର,  ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବ  ବୋଲି ପୂର୍ବାନୁମାନ କରାଯାଇଛି । ୧୧ ତାରିଖରେ ବି  ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି ।  ଶନିବାର କେନ୍ଦୁଝରରେ ୨୫.୨ମିମି, ଭୁବନେଶ୍ୱରରେ ୨୨,  ଛତ୍ରପୁରରେ ୧୮, କଟକରେ ୧୩.୮, ପାରାଦୀପରେ  ୧୨.୪ ଓ ନୂଆପଡ଼ାରେ ୧୧ମିମି ବର୍ଷା ରେକର୍ଡ ହୋଇଛି ।

ଭିଏତନାମରେ ଲ୍ୟାଣ୍ଡଫଲ କଲା ସୁପର ଟାଇଫୁନ: ୪ ଲକ୍ଷ ଲୋକ ସ୍ଥାନାନ୍ତରିତ, ବିମାନ ସେବା ବାତିଲ

  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.