ରାଜ୍ୟରେ କମିବ ଶୀତର ପ୍ରକୋପ, ୨ରୁ ୪ ଡିଗ୍ରୀ ବଢ଼ିବ ତାପମାତ୍ରା

Published By : Prameya-News7 Bureau | January 11, 2025 IST

ଭୁବନେଶ୍ୱର,୧୧/୦୧: ରାଜ୍ୟରେ ରବିବାରଠାରୁ ଶୀତ କମିପାରେ । ପାରଦ ୨ରୁ ୪ ଡିଗ୍ରୀ ବଢ଼ିବା ଯୋଗୁ ଶୀତର ପ୍ରକୋପ କମିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । 

ଗୁରୁବାର ଜି.ଉଦୟଗିରିରେ  ରାତି ତାପମାତ୍ରା ୫.୪ ଡିଗ୍ରୀ ଥିଲା ।  ଫୁଲବାଣୀରେ ୭.୫, ରାଉରକେଲାରେ  ୭.୯, ଦାରିଙ୍ଗିବାଡ଼ିରେ ୯, ସୁନ୍ଦରଗଡ଼ରେ ୯.୧, ଅନୁଗୁଳ ଓ  କେନ୍ଦୁଝରରେ ୯.୬, ଭବାନୀପାଟଣା ଓ  ବଲାଙ୍ଗିରରେ ପାରଦ ୧୦ଡିଗ୍ରୀ ରହିଥିଲା।  

ଶନିବାର ଫୁଲବାଣୀରେ ରାତି ତାପମାତ୍ରା  ୮ ଡିଗ୍ରୀ ଓ ରାଉରକେଲାରେ ୯ ଡିଗ୍ରୀ  ରହିବ ବୋଲି ଆକଳନ କରାଯାଇଛି ।  ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀ ବା ଏହାଠାରୁ ଅଧିକ ରହିବ ବୋଲି  ପୂର୍ବାନୁମାନ କରାଯାଇଛି । 

ରବିବାର ମଧ୍ୟ  ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୪ରୁ  ୧୫ ଡିଗ୍ରୀ ରହିବ । ରବିବାର ଝାରସୁଗୁଡ଼ା,  କେନ୍ଦୁଝର, କଳାହାଣ୍ଡି, ଖୋର୍ଦ୍ଧା, କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର,  ଭଦ୍ରକ ଓ ପୁରୀରେ ସ୍ୱଳ୍ପରୁ ମଧ୍ୟମ ଧରଣର  କୁହୁଡ଼ି ଦୃଶ୍ୟମାନ ହୋଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.