ଗେମିଂ ଆପ୍‌ରେ ଲଗାଇଥିଲେ ସରକାରୀ ଅର୍ଥ, ଅଭିଯୋଗ ପରେ ଭିଜିଲାନ୍ସ ହାତରେ ଧରାପଡିଲେ ପିଇଓ

Published By : Prameya-News7 Bureau | March 21, 2025 IST

ଭୁବନେଶ୍ବର ସରକାରୀ ଟଙ୍କାକୁ କ୍ରିକେଟ୍ ଏବଂ ଗେମିଂ ଆପ୍‌ରେ ଲଗାଇ ବନ୍ଧା ହେଲେ PEO । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ପଞ୍ଚାୟତ PEO କ୍ଷେତ୍ରମୋହନ ନାୟକ ଗିରଫ । ୪୩ ଲକ୍ଷ ଟଙ୍କା ସରକାରୀ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ କ୍ଷେତ୍ରମୋହନଙ୍କୁ ଗିରଫ କରାଯାଇଛି । ଜାଲ୍ ଦସ୍ତଖତ କରି ପଞ୍ଚାୟତର CFC, SFC, PDS ଏବଂ OAP ଆକାଉଣ୍ଟରୁ ଟଙ୍କା ଉଠାଇଥିଲେ PEO କ୍ଷେତ୍ରମୋହନ । ୪୩ ଲକ୍ଷ ଟଙ୍କାକୁ ନିଜର ଆକ୍ସିସ ବ୍ୟାଙ୍କ ଏବଂ କାନାରା ବ୍ୟାଙ୍କକୁ ଆଣି ଗେମିଂ ଆପ୍‌ରେ ଲଗାଇଥିଲେ । 

ସରକାରୀ ଅର୍ଥ ହେରଫେର ମାମଲାରେ ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ପଞ୍ଚାୟତ ପିଇଓ କ୍ଷେତ୍ରମୋହନ ନାୟକଙ୍କୁ ଗିରଫ କଲା ବ୍ରହ୍ମପୁର ଭିଜିଲାନ୍ସ ଟିମ୍ । CFC, SFC, PDS ଏବଂ OAPର ୪୩ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଥିଲା । ସରପଞ୍ଚଙ୍କ ଦସ୍ତଖତକୁ ନକଲି କରି ୪୩ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଥିଲା । ଗତ ୭ ମାସ ହେଲା ଲୋକେ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଥିଲେ । ସରପଞ୍ଚଙ୍କ ନାଁରେ ଅଠା ବୋଳିବାକୁ ପ୍ରୟାସ କରିଥିଲେ । କିନ୍ତୁ ଅଭିଯୋଗ ପରେ ସତ ପଦାକୁ ଆସିଲା ।

ରାଧାଦେଇପୁର ପିଇଓ କ୍ଷେତ୍ରମୋହନ ୨୦୨୪ ଜୁଲାଇ ମାସରେ ଚାକିରି ଜୀବନ ଆରମ୍ଭ କରିଥିଲେ । କମ୍ ସମୟ ମଧ୍ୟରେ ଏଭଳି ଅର୍ଥ ହେରଫେର କରି ଗିରଫ ହୋଇଛନ୍ତି । ସରପଞ୍ଚଙ୍କ ଦସ୍ତଖସ୍ତକୁ ନକଲି କରି ୪୩ ଲକ୍ଷ ଟଙ୍କା ହେରଫେର କରି ଜୁଆ, ବେଟିଂରେ ଲଗାଇଥିବା ନେଇ ଗିରଫ ପିଇଓ ତଦନ୍ତ ବେଳେ କହିଛନ୍ତି ବୋଲି ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପି ପ୍ରଦୀପ କୁମାର ପ୍ରଧାନ କହିଛନ୍ତି । କ୍ଷେତ୍ରମୋହନଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଥିବା ଏସ୍‌ପି କହିଛନ୍ତି । 

You Can Read:

ଜୟ ନାରାୟଣ କହିଲେ ପିସିସି ସଭାପତିଙ୍କ ନିର୍ଦ୍ଦେଶରେ ଗୃହ ଅଚଳ, ବରିଷ୍ଠ ବିଧାୟକ ମିଛ କହିବା ଦୁଃଖଦାୟକ କହିଲେ ତାରା

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.