ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମରେ ଗୁରୁବାର ବନ୍ଦେ ଭାରତ ଟ୍ରେନର ଏକ ଭିଡିଓ ଭାଇରାଲ୍ ହୋଇଛି। ଏଥିରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନକୁ ଏକ ପୁରୁଣା ଇଲେକ୍ଟ୍ରିକ୍ ଇଞ୍ଜିନ ଟାଣୁଥିବା ଦେଖିବାକୁ ମିଳିଛି। ଏହି ଦୃଶ୍ୟ ସାମ୍ନାକୁ ଆସିବା ପରେ ବନ୍ଦେ ଭାରତକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହାକୁ ନେଇ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଏହା ମଧ୍ୟରେ ଭାଇରାଲ୍ ଭିଡିଓକୁ ନେଇ ରେଲଓ୍ଵେ ପକ୍ଷରୁ ବୟାନ ଆସିଛି। ରେଲଓ୍ଵେ ଏହାକୁ ଏକ ସାମାନ୍ୟ ପ୍ରକ୍ରିୟା ବୋଲି ଦର୍ଶାଇଛି।
ଘଟଣାକୁ ନେଇ କଂଗ୍ରେସ ନେତା କୃଷ୍ଣା ଆଲ୍ଲାବାରୁ ଶୁକ୍ରବାର ଜୁନ ୨୯ରେ ଏହି ଭିଡିଓ ଟୁଇଟ୍ କରି ଦାବି କରିଥିଲେ ଯେ, ବନ୍ଦେ ଭାରତ ଟ୍ରେନକୁ ରେଲଓ୍ଵେର ଇଲେକ୍ଟ୍ରିକ ଇଞ୍ଜିନ ଟାଣି କି ନେଉଛନ୍ତି। ସେ ଲେଖିଛନ୍ତି ଗତ ୯ ବର୍ଷର ମିଛକୁ ଟାଣି କି ନେଇ ଯାଉଛି ୭୦ ବର୍ଷର ଇତିହାସ। ଏହା ବାଦ୍ ଅନେକ ଟୁଇଟର ୟୁଜର୍ସ ଭିନ୍ନ ଭିନ୍ନ ପ୍ରକାରର ଟୁଇଟ୍ କରି ଘଟଣାର ଆକ୍ଷେପ କରିଛନ୍ତି।
wp:embed {"url":"https://twitter.com/Allavaru/status/1674481964013985793?s=20","type":"rich","providerNameSlug":"twitter","responsive":true} /wp:embedଭିଡ଼ିଓ ପ୍ରସ୍ତୁତ କରିଥିବା ବ୍ୟକ୍ତି ହେଉଛନ୍ତି ଶଶାଙ୍କ ଜୟସଓ୍ଵାଲ। ସେ ଉତ୍ତର ପ୍ରଦେଶର ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ନଗର ସଂଲଗ୍ନ ସକଲଡିହା ଷ୍ଟେସନ ନିକଟରେ ଜୁନ ୨୨ରେ ଏହି ଦୃଶ୍ୟର ଭିଡ଼ିଓ ସୁଟ୍ କରିଥିଲେ। ଶଶାଙ୍କ କହିଛନ୍ତି, ଘଟଣା ଦିନ ସେ ଟ୍ରାକ ନିକଟରେ ଥିବା ଖେତରେ ଛିଡ଼ା ହୋଇଥିଲେ। ଏହି ସମୟରେ ବନ୍ଦେ ଭାରତକୁ ଇଲେକ୍କ୍ରିକ ଇଞ୍ଜିନ ଟାଣିକି ନେଉଥିବା ଦେଖିବାକୁ ପାଇଲେ। ତୁରନ୍ତ ଏହାର ଭିଡିଓ ତିଆରି କରି ନିଜର ଇନଷ୍ଟାରେ ସେୟାର କରିଥିଲେ। ସେ ଏହା ମଧ୍ୟ ଜଣାଇଥିଲେ ଯେ, ଇଣ୍ଟିଗ୍ରାଲ କୋଚ୍ ଫ୍ୟାକ୍ଟ୍ରି ବନ୍ଦେ ଭାରତ ରାକକୁ ଚେନ୍ନାଇରୁ ପାଟନା ଜଙ୍କସନ ଟାଣି ନେଇ ଯାଉଥିଲା। ଟ୍ରେନରେ କୌଣସି କ୍ରୁ ମେମ୍ବର ନ ଥିଲେ, ଏଥିପାଇଁ ଇଲେକ୍ଟ୍ରିକ ଇଞ୍ଜିନ WAG9 ବନ୍ଦେ ଭାରତକୁ ଟାଣୁଥିଲା।
କଣ କହିଲା ରେଲଓ୍ଵେ
ଏହି ପୂରା ଘଟଣାରେ ପୂର୍ବତଟ ରେଲଓ୍ଵେର ପିସିଆରଓ କୌଶିକ ମିତ୍ର କହିଛନ୍ତି, ବନ୍ଦେ ଭାରତ କୋଚ୍କୁ ଯେବେ ପାଟନା ଷ୍ଟେସନ ନିଆଯାଉଥିଲା, ସେହି ସମୟରେ ବିଜୁଳି ସଂଯୋଗ ହୋଇ ନ ଥିଲା। ଖାଲି ଡବା ସହିତ ଏମିତି ହେବା କୌଣସି ଅସ୍ଵାଭାବିକ କଥା ନୁହେଁ। ବାସ୍ ଏହାକୁ କେହି ରେକର୍ଡ କରି ଦେଲା, ଯାହାକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି। ଅନେକ ଟ୍ରେନର ଏହା ଏକ ନିୟମିତ ପ୍ରକ୍ରିୟା, ଯାହାକୁ ଟ୍ରାଞ୍ଜିଟ୍ ପ୍ରୋସେସ୍ କୁହାଯାଏ। ଆମେ ପ୍ରଥମରୁ ସ୍ପଷ୍ଟ କରି ସାରିଛୁ ଯେ, ଏହି ସମୟରେ ଟ୍ରେନରେ କୌଣସି ଯାତ୍ରୀ ନ ଥିଲେ। ଯେ ପର୍ଯ୍ୟନ୍ତ କୌଣସି ଟ୍ରେନର ଆନୁଷ୍ଠନିକ ଘୋଷଣା ହୋଇ ନାହିଁ କିମ୍ବା ଏକ ନିର୍ଦ୍ଦିଷ୍ଟ ରୁଟ୍ ପାଇଁ ସ୍ଥିର ହୋଇ ନାହିଁ ସେ ପର୍ଯ୍ୟନ୍ତ ଉକ୍ତ ଟ୍ରେନ ଖୋଦ୍ କୌଣସି ଟ୍ରାକରେ ଚାଲି ପାରିବ ନାହିଁ। ଏଥିପାଇଁ ବନ୍ଦେ ଭାରତକୁ ଇଲେକ୍ଟ୍ରିକ ଇଞ୍ଜିନ ଜରିଆରେ ନିଆଯାଉଥିଲା।