କୁମ୍ଭୀର ବୟସ ୧୨୪ ବର୍ଷ, ଏହାର ରହିଛନ୍ତି ୧୦ ହଜାର ସନ୍ତାନ

Published By : Prameya-News7 Bureau | September 01, 2024 IST

ୂଆଦିଲ୍ଲୀ ୦୧।୦୯: ସମସ୍ତେ କୁମ୍ଭୀର ଦେଖିଥିବେ । ଏମାନଙ୍କ ବୟସ ପ୍ରାୟତଃ ୬୦ରୁ ୭୦ ବର୍ଷ ହୋଇଥାଏ । କିନ୍ତୁ ଦୁନିଆର ସର୍ବବୃହତ ତଥା ପୁରାତନ କୁମ୍ଭୀର ବିଷୟରେ ଜାଣନ୍ତି କି । ଏହି କୁମ୍ଭୀରଟିର ନାଁ ହେଉଛି ହେନେରୀ । ଏହାର ବୟସ ଶୁଣିଲେ କେହି ବି ହୋଇଯିବେ ଆଶ୍ଚର୍ଯ୍ୟ । ବାସ୍ତବରେ ଏହି କୁମ୍ଭୀର ଏକ ଶତାବ୍ଦୀ ପାର କରିସାରିଲାଣି । ବାସ୍ତବରେ କୁମ୍ଭୀର ବୟସ ୧୨୪ ବର୍ଷ । 

ଗତ ତିନି ଦଶନ୍ଧି ଧରି ଦକ୍ଷିଣ ଆଫ୍ରିକାର ସ୍କଟବର୍ଗର କ୍ରୋକୱାର୍ଲ୍ଡ ସଂରକ୍ଷଣ କେନ୍ଦ୍ରରେ ରହୁଛି । ହେନେରୀର ବୟସ ସହିତ ତାର ଓଜନ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି । ଏହାର ଓଜନ ପ୍ରାୟ ୭୫୦ କିଲୋ । କୁମ୍ଭୀରଟିର ଲମ୍ବ ୧୬ ଫୁଟ । ଏହାର ଦାନ୍ତ ମଧ୍ୟ ବହୁତ ଧାରୁଆ ଏବଂ ତୀକ୍ଷ୍ଣ ।

 ଜାଣି ଆଶ୍ଚର୍ଯ୍ୟ ହେବେ କୁମ୍ଭୀରଟିର ରହିଛନ୍ତି ୧୦ ହଜାର ସନ୍ତାନ । ଯାହା ସାହାଯ୍ୟରେ କୁମ୍ଭୀର ଜନସଂଖ୍ୟା ବୃଦ୍ଧିରେ ଲାଭ ହୋଇଛି । କୁହାଯାଏ କି ଏହି କୁମ୍ଭୀରଟି ୧୬ ଡିସେମ୍ବର ୧୯୦୦ ମସିହାରେ ଦକ୍ଷିଣ ଆଫ୍ରିକାର ବୋତ୍ସବାନା ଓକାଭାଙ୍ଗୋ ଡେଲ୍ଟାରେ ଜନ୍ମ ହୋଇଥିଲା। ଏହା ଏକ ନୀଳ କୁମ୍ଭୀର । 

ଏହି ପ୍ରଜାତି ୨୬ଟି ଦେଶରେ ଦେଖିବାକୁ ମିଳିଥାନ୍ତି । ଅବଶ୍ୟ ଏହି ପ୍ରଜାତିର କୁମ୍ଭୀର ପ୍ରାୟତଃ ସାହାରା ଆଫ୍ରିକାରେ ଦେଖିବାକୁ ମିଳିଥାନ୍ତି । କୁମ୍ଭୀରଟି ୨୦୧୧ରେ ଗିନିଜ ୱାର୍ଲ୍ଡ ରେକର୍ଡ ଦ୍ବାରା ବିଶ୍ବର ସର୍ବବୃହତ ଲୁଣିଆ କୁମ୍ଭୀର ଭାବରେ ମାନ୍ୟତା ପାଇଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.