ବାଙ୍ଗାଲୋର : ବାଙ୍ଗାଲୋର ସହରର ଶ୍ରୀ କାନ୍ତିରବା ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଭାରତୀୟ ଆଥଲେଟିକ୍ ଫେଡେରେସନ୍ ଦ୍ୱାରା ଏକ ଆନ୍ତର୍ଜାତୀୟ ଜାଭଳିନ୍ ଥ୍ରୋ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। "ନୀରଜ୍ ଚୋପ୍ରା କ୍ଲାସିକ୍ 2025" ନାମରେ ନାମିତ ଏହି ଉଦଘାଟନୀ ମ୍ୟାଚରେ ଭାରତକୁ ମିଶାଇ ସାତଟି ଦେଶ ଭାଗ ନେଇଥିଲେ।
ଜାଭେଲିନ୍ ର ପୂର୍ବତନ ବିଶ୍ୱ ଚାମ୍ପିଆନ୍ କେନିଆ ଦେଶର ଜୁଲିଆସ୍ ଏଗୋ, ବ୍ରାଜ଼ୀଲ୍ ର ଲୁଇଜ୍ ମାରିକୋ ଭଳି ଶ୍ରୀଲଙ୍କା , ଆମେରିକା, ପୋଲଣ୍ଡ,ଚେକ୍ ରିପବ୍ଲିକ୍ ଏବଂ ଜର୍ମାନୀ ଦେଶ ଭାଗ ନେଇଥିଲେ। ନୀରଜ୍ ଚୋପ୍ରା କ୍ଲାସିକ୍ 2025 ର ଏହି ପ୍ରଥମ ସଂସ୍କରଣ ଉଦଘାଟନୀ ମ୍ୟାଚରେ ଷ୍ଟାଡ଼ିୟମ୍ ଭିତରେ ପନ୍ଦର ହଜାର ଦର୍ଶକ ବିଶ୍ୱର ସର୍ବଶ୍ରେଷ୍ଠ ଜାଭେଲିନ୍ ଥ୍ରୋ ଖେଳାଳି ମାନଙ୍କୁ କରତାଳି ଦେଇ ଉତ୍ସାହିତ କରିଥିଲେ। ସେହି ସମୟରେ ଭାରତର ଅଲମ୍ପିକ ସ୍ଵର୍ଣ ପଦକ ବିଜେତା ନୀରଜ ନୀରଜ ଧ୍ୱନିରେ ପୂରା ଷ୍ଟାଡିୟମ୍ ପ୍ରକମ୍ପିତ ହୋଇଥିଲା।
ଭାରତର ଏସିଆନ୍ ଚାମ୍ପିୟାନସିପ୍ ର ସିଲଭର୍ ମେଡାଲ୍ ବିଜେତା ସଚିନ୍ ଯାଦବଙ୍କୁ ମିଶାଇ ତିନିଜଣ ପ୍ରତିଯୋଗୀ ଭଗନେଇ ଚାରିଟି ରାଉଣ୍ଡ ଖେଳିଥିଲେ। ଶେଷରେ ଯେପରି ଆସା କରା ଯାଉଥିଲା ନିରଜ୍ ଚୋପ୍ରା 86.18 ଦୂରତା ଥ୍ରୋ କରି ସ୍ଵର୍ଣ ପଦକ ଜିତିଥିବା ବେଳେ କେନିଆ ର ପୂର୍ବତନ ବିଶ୍ୱ ବିଜେତା ଜୁଲିଆ୍ସ ଏଗୋ 84.51 ମିଟର ଦୂରତା ଥ୍ରୋ କରି ରୗପ୍ୟ ପଦକ ଜିତି ଥିଲେ । ଶ୍ରୀଲଙ୍କାର ଯୁବ ଖେଳାଳୀ ୠମେଶ ପାତିରାଗା 84.34 ମିଟର ଥ୍ରୋ ସହ ବ୍ରୋଞ୍ଜ ପଦକ ଜିତି ଥିଲେ। ଭାରତର ସଚିନ୍ ଯାଦବ 82.33 ମିଟର ଥ୍ରୋ କରି ଚତୁର୍ଥ ସ୍ଥାନ ହାସଲ କରିଥିଲେ। ସବୁଠାରୁ ଆଶ୍ଚର୍ଯ କଥା ଥିଲା ଯେ ରିଓ ଅଲମ୍ପିକ ର ସ୍ବର୍ଣ୍ଣ ପଦକ ବିଜେତା ଥୋମାସ ରୋହ୍ଲାର୍ ଟପ୍ 8 ଭିତରେ ମଧ୍ୟ ସ୍ଥାନ ପାଇବାକୁ ବିଫଳ ହୋଇଥିଲେ।