ଭଦ୍ରକ ୨୨।୦୪ : ବସ୍ରେ ଚାଲାଣ ହେଉଥିଲା ବ୍ରାଉନ୍ସୁଗାର । ୧୦ ଗ୍ରାମ ବ୍ରାଉନ୍ସୁଗାର ସହ ଜଣଙ୍କୁ ମାଡ଼ିବସିଲା ଭଦ୍ରକ ଟାଉନ୍ ଥାନା ପୋଲିସ । ଘଟଣାରେ ଅଧିକ ଛାନ୍ଭିନ୍ ଜାରି ରଖିଛି ପୋଲିସ ।
ଖବର ଅନୁଯାୟୀ, ଭଦ୍ରକ ଟାଉନ୍ ପୋଲିସ ୨୧୮ ନମ୍ବର କେସ୍ରେ ୩ ଜଣ ବ୍ରାଉନ୍ସୁଗାର ବେପାରୀଙ୍କୁ ବନ୍ତ ଛକରୁ ଗିରଫ କରିଥିଲା । ବ୍ରାଉନ୍ସୁାଗର ଜବତ ଘଟଣାକୁ ନେଇ ପୋଲିସ ଆରମ୍ଭ କରିଥିଲା ତଦନ୍ତ। ଏହିକ୍ରମରେ କଟକ ଜିଲ୍ଲା ଜଗତପୁର ଅଞ୍ଚଳର ସଞ୍ଜୟ ପଣ୍ଡା ଭଦ୍ରକ ଆସି ବ୍ରାଉନ୍ସୁଗାର କିଣି ବସ୍ ଯୋଗେ ଫେରୁଥିଲେ । ଯାହା ସଂପର୍କରେ ଖବର ପାଇ ଭଦ୍ରକ ଟାଉନ୍ ଥାନା ପୋଲିସ ଚଢାଉ କରି ସଞ୍ଜୟକୁ କାବୁ କରିଥିଲା । ପରେ ଯାଞ୍ଚ ବେଳେ ସଞ୍ଜୟ ନିକଟରୁ ୧୦ ଗ୍ରାମ ବ୍ରାଉନ୍ସୁଗାର ମିଳିଥିଲା । ସେହିପରି ଏହି ଘଟଣାରେ ଆଉ କାହାର ସଂପୃକ୍ତି ଅଛି । ସେନେଇ ଛାନ୍ଭିନ୍ ଜାରି ରଖିଛି ପୋଲିସ ।