ପଳାଶୁଣି ଛକରେ ଦୁର୍ଘଟଣା, ସାଇକେଲ ଆରୋହୀଙ୍କ ଉପରେ ଚଢିଗଲା ଟ୍ରକ

Published By : Prameya-News7 Bureau | February 23, 2025 IST

ଭୁବନେଶ୍ୱର ୨୩।୦୨ :  ଭୁବନେଶ୍ବର ପଳାଶୁଣି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କର ପରିଚୟ ମିଳିପାରିନି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । 

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ଶନିବାର ବିଳମ୍ବିତ ରାତିରେ  ଜଣେ ବ୍ୟକ୍ତି ସାଇକେଲରେ ଆସୁଥିବା ବେଳେ ତାଙ୍କୁ ଏକ ଟ୍ରକ ଧକା ଦେବା ଫଳରେ ସେ ତଳେ ପଡିଯାଇଥିଲେ । ଏହି ସମୟରେ ପଛରୁ ଆସୁଥିବା ଆଉ ଏକ ଟ୍ରକ ଚଢି ଯିବାରୁ ତାଙ୍କର ମୃତ୍ୟୁ ହୋଇଛି।  ଦୁର୍ଘଟଣାରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଖବର ପାଇ ଦୁର୍ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। 

ଅନ୍ୟପଟେ ଦୁର୍ଘଟଣା ପରେ ରାସ୍ତାରେ ଭିଡ଼ ଜମିଥିଲା । ଏମିତିକି କିଛି ସମୟ ଯାଏଁ ରାସ୍ତା ଉପରେ ଗାଡି ମୋଟର ଜମି ରହିଥାଏ । ଶେଷରେ ପୋଲିସ ନିଜ ପିସିଆର ଭ୍ୟାନ ଯୋଗେ ଶବ ବ୍ୟବଛେଦ ପାଇଁ ମୃତ ଶରୀରକୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲା ।

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.