ବାଇକ୍‌ ଆରୋହୀଙ୍କ ଉପରେ ଚଢିଗଲା ହାଇଓ୍ୱା, କ୍ଷତିପୂରଣ ଦାବିରେ ଲୋକଙ୍କ ରାସ୍ତାରୋକ

Published By : Prameya-News7 Bureau | February 23, 2025 IST

ପଟ୍ଟାମୁଣ୍ଡାଇ ୨୩।୦୨ : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବାଇପାସ୍ ଛକରେ ଦୁର୍ଘଟଣା । ଏକ ବାଇକ୍‌ ଆରୋହୀଙ୍କ ଉପରେ ଚଢିଗଲା ହାଇଓ୍ୱା । ଯାହାଫଳରେ ଘଟଣାସ୍ଥଳରେ ହିଁ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ । ମୃତକ ଚଣ୍ଡିଆପଲ୍ଲୀ ଗାଁର ମାଗା ନାୟକ । 

ଖବର ଅନୁଯାୟୀ, ଚଣ୍ଡିଆପଲ୍ଲୀ ଗାଁର ମାଗା ନାୟକ ଏକ ବାଇକ୍‌ ଯୋଗେ ଯାଉଥିଲେ । ରାଜନଗର ବାଇପାସ୍‌ ଛକରେ ଦ୍ରୁତଗତିରେ ଆସୁଥିବା ଏକ ହାଇଓ୍ୱା ଟ୍ରକ ଉକ୍ତ ବାଇକ୍‌କୁ ଧକ୍କା ଦେଇଥିଲା । ଯାହାଫଳରେ ବାଇକ୍‌ରେ ଥିବା ମାଗା ଛିଟ୍‌କି ପଡିଥିଲେ । ଏହାପରେ ତୁରନ୍ତ ଆରୋହୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । କ୍ଷତିପୂରଣ ଏବଂ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରୋକ କରୁଛନ୍ତି ସ୍ଥାନୀୟ ଲୋକେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି । 

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.