ଚୋରା ଚାଲାଣବେଳେ ହଜାରେରୁ ଅଧିକ କଇଁଛ ଜବତ, ବନ ବିଭାଗର ଖୋଳତାଡ଼ ଆରମ୍ଭ

Published By : Prameya-News7 Bureau | February 23, 2025 IST

ଟାଙ୍ଗୀ: ଚୋରା ଚାଲାଣବେଳେ ହଜାରେରୁ ଅଧିକ କଇଁଛ ଜବତ । ରବିବାର ଟାଙ୍ଗୀ ବନ ବିଭାଗ ଅଧିନସ୍ଥ ଜଙ୍କିଆ ଟୋଲ୍-ଗେଟ୍ ନିକଟରେ ଡିଆରଆଇ ପକ୍ଷରୁ ଧରପଗଡ଼ ସମୟରେ ଏହି କଇଁଛ ଜବତ କରାଯାଇଛି। ଜବତ ପରେ କଇଁଛକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଏହି କଇଁଛଗୁଡ଼ିକୁ ଆନ୍ଧ୍ରପ୍ରଦେଶରୁ ପଶ୍ଚିମବଙ୍ଗକୁ ଚୋରାଚାଲାଣ କରାଯାଉଥିଲା। ଏକ ମିନିଟ୍ରକରେ ମାଛ ପାର୍ସଲ ଟ୍ରେ-ରେ ରଖି ଏହି କଇଁଛଙ୍କୁ ଚାଲାଣ କରାଯାଉଥିଲା। ହେଲେ ଜଙ୍କିଆ ଟୋଲ ଗେଟ ନିକଟରେ ଧରିଥିଲ ଡିଆରଆଇ। ଘଟଣାରେ ବନ ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.