ସୋର: ତିନି ଦିନ ପରେ ପୋଖରୀରୁ ମିଳିଲା ନିଖୋଜ ୧୦ ବର୍ଷ ଝିଅର ମୃତଦେହ। ସିମୁଳିଆ ଥାନା ବାଡୁଲୀ ଗ୍ରାମର ଏହି ନାବାଳିକା ଶୁକ୍ରବାର ଠାରୁ ନିଖୋଜ ଥିଲେ। ବହୁ ଖୋଜାଖୋଜି ପରେବି ତାଙ୍କର କୌଣସି ପତ୍ତା ମିଳିନଥିଲା। ହେଲେ ରବିବାର ଗାଁ ନିକଟରେ ଏକ ପୋଖରୀରୁ ମୃତଦେହକୁ ଉଦ୍ଧାର କରିଛି ଦମକଳ ବାହିନୀ l ଘଟଣା ସ୍ଥଳରେ ଅତିରିକ୍ତ ଏସପି, ସୋର ଓ ସିମୁଳିଆ ପୋଲିସ ଓ ସାଇଣ୍ଟିଫିକ ଟିମ୍ ଉପସ୍ଥିତ ଅଛନ୍ତି l
ସୂଚନାଥାଉକି, ସିମୁଳିଆ ଥାନା ବାଡୁଲୀ ଗ୍ରାମର କାର୍ତ୍ତିକ ମଲ୍ଲିକଙ୍କ ଝିଅ ବର୍ଷାରାଣୀ ମଲ୍ଲିକ ତିନି ଦିନ ତଳେ ହଠାତ୍ କେଉଁଆଡେ ନିଖୋଜ ହୋଇଯାଇଥିଲେ l ପରିବାର ଲୋକେ ସବୁଆଡ଼େ ଖୋଜାଖୋଜି କରିଥିଲେବି ଝିଅକୁ ପାଇନଥିଲେ। ଶେଷରେ ନିରାଶ ହୋଇ ସିମୁଳିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।
ପରିବାର ଲୋକ ଝିଅକୁ ଅପହରଣ କରାଯାଇଥିବା ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ସିମୁଳିଆ ଆଇଆଇସି, ସଦର ଏସଡିପିଓ ଏବଂ ଅନ୍ୟ ଅଫିସର ମାନେ ଉକ୍ତ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ସନ୍ଧାନୀ କୁକୁର ଏବଂ ଅଗ୍ନିଶମ ବିଭାଗ ଅଧିକାରୀ ମାନେ ପହଞ୍ଚି ଖୋଜ କରିଥିଲେ। ହେଲେ ନାବାଳିକାଙ୍କ କୌଣସି ପତ୍ତା ମିଳିନଥିଲା।