କଟକ ୨୩/୨: ଓଡ଼ିଶା କ୍ରିକେଟ ଆସୋସିଏସନ ବା OCAକୁ ମିଳିଲା ନୂଆ ସଭାପତି । ପଙ୍କଜ ଲୋଚନ ମହାନ୍ତି ଓସିଏ ସଭାପତି ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି। ସଭାପତି ନିର୍ବାଚନ ପାଇଁ ସେ ଏକମାତ୍ର ବ୍ୟକ୍ତି ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ପୂର୍ବରୁ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ତୁଲାଇଥିଲେ ପଙ୍କଜ ।
ଏବେ ଦ୍ଵିତୀୟ ଥର ଓସିଏ ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି କହିଛନ୍ତି ରାଜ୍ୟ କ୍ରୀଡାମନ୍ତ୍ରୀଙ୍କ ସହଯୋଗରେ ଷ୍ଟାଡିୟମର ଉନ୍ନତି ପାଇଁ କାର୍ଯ୍ୟ କରାଯିବ । ଓସିଏ ଏକାଡେମୀ ୨ରୁ ୩ ବର୍ଷ ମଧ୍ୟରେ ଆରମ୍ଭ କରିବାକୁ ଚେଷ୍ଟା କରିବୁ । ଆସନ୍ତା ୭ ରୁ ୮ ମାସ ପରେ ପୁଣି ନିର୍ବାଚନ ହେବ । ସେ ଯାଏ ଆମେ କାର୍ଯ୍ୟ କରିବୁ।
ସେହିଭଳି ବାରବାଟୀ ଫ୍ଲଡ ଲାଇଟ୍ ବିଭ୍ରାଟ ଘଟଣାରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ରାଜ୍ୟ ସରକାରଙ୍କ ସୋ କଜ୍ ର ଉତ୍ତର ଦେଇଛି ଓସିଏ। ଏହି ଘଟଣାରେ ବିସିସିଆଇ ଓସିଏ କୁ କିଛି ଜବାବ୍ ମାଗି ନାହିଁ। ଆଗକୁ ଯେପରି ଏହି ଅସୁବିଧା ନହୁଏ ସେଥିପାଇଁ ବିଶେଷ ଦୃଷ୍ଟି ଦିଆଯିବ । ଏଣିକି ପ୍ରତି ଲାଇଟ୍ରେ ୨ଟିଜେନେ ରେଟର ମହଜୁଜ ରଖାଯିବ ।