IND vs PAK ମ୍ୟାଚ୍‌ରେ ଟସ୍ ହାରିବା ମାତ୍ରେ ଟିମ୍ ଇଣ୍ଡିଆ ନାଁରେ ହେଲା ଲଜ୍ଜାଜନକ ରେକର୍ଡ

Published By : Prameya-News7 Bureau | February 23, 2025 IST

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମ୍ୟାଚ୍‌ରେ ଟସ୍ ପଡ଼ିବା ମାତ୍ରେ ଭାରତୀୟ ଦଳ ନାଁରେ ଏକ ଅଲୋଡ଼ା ରେକର୍ଡ ଲିପିବଦ୍ଧ ହୋଇ ଯାଇଛି। ଭାରତୀୟ ଦଳର ଦିନିକିଆରେ ଟସ୍ ହାରିବାର ଧାରା ଥମିବାର ନାଁ ନେଉନି। ଆଉ ଏହା ଏବେ ଲଜ୍ଜାଜନକ ବିଶ୍ଵ ରେକର୍ଡରେ ପରିଣତ ହୋଇ ଯାଇଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଭାରତୀୟ ଦଳ ଦିନିକିଆ ଅନ୍ତର୍ଜାତୀୟରେ ଲଗାତାର ୧୨ ଥର ଟସ୍ ହାରି ସାରିଛି। ଏହି ଫର୍ମାଟ୍‌ରେ ଅନ୍ୟ କୌଣସି ଦଳ ଲଗାତାର ଏମିତି ଟସ୍ ହାରି ନାହାନ୍ତି। 

ଭାରତ ବନାମ ପାକିସ୍ତାନର ଆଜିର ମ୍ୟାଚ୍‌ରେ ପାକିସ୍ତାନ ଅଧିନାୟକ ମହମ୍ମଦ ରିଜଓ୍ଵାନ କଏନ ପକାଇଥିଲେ। ଭାରତୀୟ ଅଧିନାୟକ ରୋହିତ ଶର୍ମା ହେଡ୍ ଡାକିଥିଲେ।  ହେଲେ କଏନ ଟେଲ୍ ପଡ଼ିଥିଲା। ଏହିପରି ରୋହିତ ଶର୍ମା ଓ ଭାରତୀୟ ଦଳ ଲଗାତାର ୧୨ମ ଥର ଟସ୍ ହାରିଛି। ଏହି ଧାରା ୨୦୨୩ ବିଶ୍ଵକପ୍ ଫାଇନାଲ୍‌ରେ ଆରମ୍ଭ ହୋଇଥିଲା, ଯାହା ଏ ପର୍ଯ୍ୟନ୍ତ ଥମିବାର ନାଁ ନେଉନି। 

Also read: ଓଡ଼ିଶା କ୍ରିକେଟ୍ ଆସୋସିଏସନକୁ ମିଳିଲା ନୂଆ ସଭାପତି, ପଙ୍କଜ ଲୋଚନ ମହାନ୍ତି ନିର୍ଦ୍ଵନ୍ଦରେ ନିର୍ବାଚିତ

ଭାରତୀୟ ଦଳ ଶେଷ ଥର ଦିନିକିଆରେ ୨୦୨୩ ନଭେମ୍ବରରେ ଟସ୍ ଜିତିଥିଲା। ବିଶ୍ଵକପ୍ ୨୦୨୩ ସେମି ଫାଇନାଲ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଏହି ଟସ୍ ଜିତିତିଲା। ଏହା ପରେ ଲଗାତାର ୧୨ଟି ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ଟସ ହାରି ଆସିଛନ୍ତି। ଏହା ପୂର୍ବରୁ ଦିନିକିଆ ଅନ୍ତର୍ଜାତୀୟ   କ୍ରିକେଟ୍‌ରେ ଲଗାତାର ସର୍ବାଧିକ ଥର ଟସ୍ ହାରିବାର ରେକର୍ଡ ନେଦରଲ୍ୟାଣ୍ଡ ନାଁରେ ଥିଲା। ଦଳ ୨୦୧୧ ମାର୍ଚ୍ଚରୁ ୨୦୧୩ ଅଗଷ୍ଟ ପର୍ଯ୍ୟନ୍ତ ଲଗାତାର ୧୧ ଟସ୍ ହାରିଥିଲା। 

ଦିନିକିଆ ବିଶ୍ଵକପ୍ ଫାଇନାଲ୍ ପରଠୁ ଭାରତ ତିନୋଟି ଦିନିକିଆ ସିରିଜ୍ ଖେଳିଛି। ଆଉ ତିନୋଟି ସିରିଜରେ ଭାରତ ଗୋଟିଏ ବି ଟସ୍ ହାରି ନାହିଁ। ରୋହିତ ଶର୍ମା ଓ କେଏଲ ରାହୁଲ ଅଧିନାୟକ ଥିଲେ, ମାତ୍ର ଏହି ଦୁର୍ଭାଗ୍ୟ କେହି ବଦଳାଇ ପାରିଲେ ନାହିଁ। ଏବେ ଚାମ୍ପିଅନ୍ସ ଟ୍ରଫିରେ ଭାରତ ଦୁଇ ଟସ୍ ହାରି ସାରିଛି। ଏହାକୁ ମିଶାଇ ମୋଟ୍ ୧୨ ଟସ୍ ଭାରତୀୟ ଅଧିନାୟକ  ହାରି ସାରିଛନ୍ତି। କିନ୍ତୁ ଆଶ୍ଵସ୍ତିକର ବିଷୟ ଭାରତ ଏଥିରୁ ଅଧିକାଂଶ ମ୍ୟାଚ୍ ଜିତି ଜିତି ପାରିଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.