ଚେନ୍ନାଇ: ଏମଏସ ଧୋନୀ ଚାମ୍ପିଅନ୍ସ ଟ୍ରଫିରେ ଖେଳା ଯାଉଥିବା ଭାରତ-ପାକିସ୍ତାନ ମ୍ୟାଚ୍ର ଆନନ୍ଦ ନେଉଛନ୍ତି। ଏହାର ଭିଡିଓ ଜିଓହଟଷ୍ଟାର ସେୟାର କରିଛି। ଏଥିରେ ଧୋନୀ ଚେନ୍ନାଇ ସୁପର କିଙ୍ଗ୍ସର ଜର୍ସି ପିନ୍ଧି ମ୍ୟାଚ୍ ଦେଖୁଥିବା ଦେଖିବାକୁ ମିଳିଛି।
ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫିର ଅନ୍ତିମ ଟାଇଟଲ୍ ୨୦୧୩ରେ ଏମଏସ ଧୋନୀଙ୍କ ନେତୃତ୍ଵରେ ଜିତିଥିଲା। ଏହା ପୂର୍ବରୁ ଧୋନୀ ନିଜ ନେତୃତ୍ଵରେ ଭାରତକୁ ଟି-୨୦ ବିଶ୍ଵକପ୍ ଓ ଦିନିକିଆ ବିଶ୍ଵକପ୍ ଜିତାଇଛନ୍ତି। ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ନ୍ୟାସ ନେଇ ସାରିଥିବା ଧୋନୀ ଏବେ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଆଇପିଏଲ୍ ଖେଳୁଛନ୍ତି। ଆଇପିଏଲ୍ ୨୦୨୫ର ପ୍ରସ୍ତୁତିରେ ବ୍ୟସ୍ତ ଧୋନୀ ଭାରତ ବନାମ ପାକିସ୍ତାନ ମ୍ୟାଚ୍ର ମଜା ଉଠାଉଛନ୍ତି। ସେ ନିଜ ଘର ନୁହେଁ ବରଂ ଏକ ବିଜ୍ଞାପନ ସେଟ୍ରେ ପୂରା ଷ୍ଟାପଙ୍କ ସହ ମ୍ୟାଚ୍ ଦେଖୁଛନ୍ତି। ତାଙ୍କ ସହିତ ବଲିଉଡ ତାରକା ସନି ଦେଓଲ ମଧ୍ୟ ମ୍ୟାଚ୍ ଉପଭୋଗ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି।
MS Dhoni is supporting Pakistan by wearing another Pakistani jersey. pic.twitter.com/k1Q0ZFGYBo
— Kohlified. (@123perthclassic) February 23, 2025
ଚାମ୍ପିଅନ୍ସ ଟ୍ରଫିର ଏହି ରୋମାଞ୍ଚକର ମୁକାବିଲାରେ ଏମଏସ ଧୋନୀ ହଳଦିଆ ରଙ୍ଗର ଜର୍ସି ପିନ୍ଧି ମ୍ୟାଚ୍ ଉପଭୋଗ କରୁଥିବା ଦେଖିବାକୁ ମିଳିଛି। କିନ୍ତୁ ଏହା ସିଏସକେର ମ୍ୟାଚ୍ର ଜର୍ସି ନୁହେଁ। ଧୋନୀ ମ୍ୟାଚ୍ ଦେଖୁଥିବାର ଭିଡିଓ ଜିଓହଟଷ୍ଟାର ସେୟାର କରିଛି।
ଧୋନୀଙ୍କ ହଳଦିଆ ରଙ୍ଗର ଜର୍ସି ପିନ୍ଧି ଦେଖିବା କିଛି ପ୍ରଶଂସକଙ୍କୁ ପସନ୍ଦ ଆସିନାହିଁ। ସୋସିଆଲ ମିଡିଆରେ କିଛି ୟୁଜର୍ସ ଧୋନୀଙ୍କୁ ମଧ୍ୟ ଟ୍ରୋଲ କରୁଛି। ଅନେକ ୟୁଜର୍ସ ପ୍ରଶ୍ନ କରିଛନ୍ତି ଯେ, ଧୋନୀଙ୍କୁ ଭାରତୀୟ ଦଳର ଜର୍ସି ପିନ୍ଧିରେ ଅସୁବିଧା କଣ।
Thala Dhoni wearing his Own Yellow CSK jersey and supporting his fav team 🤣#MSDhoni#INDvsPAK pic.twitter.com/9E9jhPMjix
— SteveNani49✨🤸 (@_eyesonTalkie_) February 23, 2025
why tf MS DHONI is wearing csk's jersey during #IndiavsPakistan
— tia. (@howwwyouudoinn) February 23, 2025
Sunny Deol and MS Dhoni watching #INDvsPAK together 🗿💥
— Kapil`ॐ (@iAKsSaviour) February 23, 2025
MSD in yellow jersey 💛🪓 pic.twitter.com/54TpzAQZ30