India vs Pakistan: ଖେଳିବା ପୂର୍ବରୁ ହାରିବାର ଭୟ, ୨୦ ଓଭରରେ ୮୦ ଡଟ୍ ବଲ୍‌ ଯୋଗୁ ଇଣ୍ଟରନେଟ୍‌ରେ ପାକିସ୍ତାନର ମଜାକ ଉଡ଼ାଇଲେ ଫ୍ୟାନ୍

Published By : Prameya-News7 Bureau | February 23, 2025 IST

indiatoday

ନୂଆଦିଲ୍ଲୀ: ଖେଳିବା ପୂର୍ବରୁ ହାରିବାର ଭୟ। ଟେନ୍‌ସନ ଏତେ ଯେ ବ୍ୟାଟିଂ ପୂର୍ବରୁ ମାଳା ଜପୁଥିଲେ ପାକିସ୍ତାନ କ୍ୟାପ୍ଟେନ ରିଜୱାନ ଅହମଦ। ଆଉ ଏହି ଚାପ୍ ଯୋଗୁ ଆଜି ଭାରତ ବିରୋଧରେ ପାକିସ୍ତାନର ବ୍ୟାଟିଂ ଫିକା ପଡ଼ି ଯାଇଛି। ବ୍ୟାଟିଂ ବେଳେ ପ୍ରତ୍ୟେକ ପାକିସ୍ତାନ ବ୍ୟାଟର ଚାପରେ ଖେଳୁଥିବା ଜଣାପଡ଼ିଥିଲା। ଫଳରେ ସ୍କୋର ବୋର୍ଡ ଆଗକୁ ବଢ଼ିପାରି ନାହିଁ। ଯେଉଁଥିପାଇଁ ପାକିସ୍ତାନ ବ୍ୟାଟରଙ୍କୁ ଏବେ ସୋସିଆଲ ମିଡିଆରେ କଡ଼ା ସମାଲୋଚନାର ସାମ୍ନା କରିବାକୁ ପଡ଼ିଛି। ଏହାକୁ ନେଇ ଏବେ ମିମ୍ସ ମଧ୍ୟ ଭାଇରାଲ୍ ହେଲାଣି। 

ପଢନ୍ତୁ- IND vs PAK ମ୍ୟାଚ୍‌ରେ ଟସ୍ ହାରିବା ମାତ୍ରେ ଟିମ୍ ଇଣ୍ଡିଆ ନାଁରେ ହେଲା ଲଜ୍ଜାଜନକ ରେକର୍ଡ

ରବିବାର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ରବିବାର(ଫେବ୍ରୁଆରୀ ୨୩) ଭାରତ ଓ ପାକିସ୍ତାନ ମଧ୍ୟରେ ଚାମ୍ପିୟନ ଟ୍ରଫି ମ୍ୟାଚ୍ ଖେଳାଯାଉଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ପାକିସ୍ତାନ ଦୁର୍ବଳ ବ୍ୟାଟିଂ କରିଛି। ଯାହା ପାକିସ୍ତାନ ଫ୍ୟାନ୍‌ଙ୍କୁ ପୁଣିଥରେ ନିରାଶ କରିଛି। ସ୍କୋର ବୋର୍ଡ ଆଗକୁ ବଢ଼ାଇବାକୁ ଚେଷ୍ଟା ନ କରିଥିବାରୁ କିଛି ଫ୍ୟାନ୍ କ୍ୟାପ୍ଟେନ୍ ରିଜୱାନ ଅହମଦଙ୍କୁ ସମାଲୋଚନା କରୁଥିବା ବେଳେ ଆଉ କିଛି ମିମ୍ସ ତିଆରି କରି ଏଭଳି ବ୍ୟାଟିଂର ମଜାକ ଉଡ଼ାଇଛନ୍ତି। 

ଚାମ୍ପିୟନ ଟ୍ରଫିରେ ପାକିସ୍ତାନର ବ୍ୟାଟିଂ ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ଏଭଳି ଦୁର୍ବଳ ଥିଲା। ଦଳ ପ୍ରଥମ ୧୦ ଓଭରରେ ମାତ୍ର ୨୨ ରନ୍ କରିଥିଲା। ହେଲେ ଭାରତ ବିପକ୍ଷରେ ଦଳ ପ୍ରଥମ ୧୦ ଓଭରରେ ଭଲ ପ୍ରଦର୍ଶନ କରି ୫୨ ରନ୍‌ କରିଥିଲା। ହେଲେ ୯ମ ଓଭର ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ୍‌ରେ ବାବାର ଆଜମ ଆଉଟ୍ ହେବା ପରେ ପାକିସ୍ତାନ ସ୍କୋର ଭୟଙ୍କର ଭାବରେ ହ୍ରାସ ପାଇଥିଲା। 

ପଢନ୍ତୁ-  CSKର ଜର୍ସି ପିନ୍ଧି ଭାରତ-ପାକିସ୍ତାନ ମ୍ୟାଚ୍ ଦେଖୁଛନ୍ତି ଏମଏସ ଧୋନୀ ! ଟ୍ରୋଲ କଲେ ପ୍ରଶଂସକ

ନ୍ୟୁଜିଲାଣ୍ଡ ବିପକ୍ଷରେ ବାବର ଆଜମ ୯୦ ବଲ୍‌ରେ ୬୪ ରନ୍ କରିବା ସତ୍ତ୍ୱେ ବି ଅଧିକ ଓଭର ଖେଳିବାକୁ ନେଇ ସମାଲୋଚନାର ଶିକାର ହୋଇଥିଲେ। ହେଲେ ଭାରତ ବିପକ୍ଷରେ ସେ ଅଧିକ ଆକ୍ଟିଭ୍ ହୋଇ ୨୬ ବଲ୍‌ରେ ୨୩ ରନ୍ କରିଥିଲେ। ଏଥିରେ ସେ କେବଳ ୫ଟି ଚୌକା ମାରିଥିଲେ। ତଥାପି ଭାରତ ବିପକ୍ଷରେ ସେ ନିଜ ୱିକେଟ ବଞ୍ଚାଇ ପାରି ନଥିଲେ।   

ଆରମ୍ଭରେ ଡଟ୍ ବଲ୍ ଯୋଗୁ ଚାପରେ ଆସି ଇମାମ୍-ଉଲ୍-ହକ୍ ରନ୍ ଆଉଟ୍ ହୋଇଯାଇଥିଲେ। ଫଳରେ ପାକିସ୍ତାନ ଦୁଇଟି ୱିକେଟ ହରାଇଲା। ଆହତ ଫକର ଜମାନଙ୍କ ସ୍ଥାନରେ ଟିମ୍‌ରେ ସ୍ଥାନ ପାଇଥିବା ଇମାମ୍‌ ଏଭଳି ଆଉଟ୍ ହୋଇଯିବା ପାକିସ୍ତାନି ଫ୍ୟାନ୍‌ଙ୍କ ପାଇଁ ଖୁବ୍ ନିରାଶାଜନକ ଥିଲା। ପ୍ରଥମ ଦୁଇଟି ୱିକେଟ୍ ଯିବା ପରେ ଟିମ୍ ଉପରେ ପ୍ରେସର ପଡ଼ିଯାଇଥିବାରୁ କ୍ୟାପ୍ଟେନ୍ ମହମ୍ମଦ ରିଜୱାନ୍ ଓ ସୌଦ ଶକୀଲ ଦୁହେଁ ମିଶି ଅତି ମନ୍ଥର ଗତିରେ ବ୍ୟାଟିଂ କରିଥିଲେ। 

ପ୍ରଥମ ୨୫ ଓଭରର  ଦୁଇଟି ୫ ଓଭରିଆ ପିରିୟଡ୍‌ରେ ପାକିସ୍ତାନ ଗୋଟିଏ ବି ବାଉଣ୍ଡ୍ରି ମାରିପାରି ନଥିଲା। ପ୍ରଥମ ୧୨୦ ବଲ୍‌ରେ ୮୦ ଟି ବଲ୍ କେବଳ ଡଟ୍‌ ବଲ୍ ହୋଇଥିଲା। ପାକିସ୍ତାନ ୧୦ରୁ ୨୦ ମଧ୍ୟରେ  କେବଳ ୨୭ ରନ ହିଂ କରିପାରିଥିଲା। କାରଣ କ୍ୟାପ୍ଟେନ୍ ରିଜୱାନ ତାଙ୍କ ଟାଇମିଂ ଅନୁସାରେ ଖେଳି ପାରି ନଥିଲେ। ୨୦ ଓଭର ବେଳକୁ ରିଜୱାନ ୩୪ ବଲ୍‌ରେ ମାତ୍ର ୧୩ ରନ୍ କରି ଖେଳ ଜାରି ରଖିଥିଲେ। ତେବେ ଯଦିଓ  ୨୫ ଓଭର ଖେଳ ପରେ ରିଜୱାନ ଏବଂ ସୌଦ ଉଭୟ ସ୍କୋର ବଢ଼ାଇବାକୁ ଚେଷ୍ଟା କରିଥିଲେ, ତେବେ ହାତରେ ୮ଟି ୱିକେଟ୍ ଥିବା ସତ୍ତ୍ୱେ ବି ବ୍ୟାଟରମାନେ କାହିଁକି ଏତେ ଭୟରେ ବ୍ୟାଟିଂ କରୁଥିଲେ ତାହା ଫ୍ୟାନ୍‌ଙ୍କୁ ନିରାଶ କରିଥିଲା। 

ଯାହାକୁ ନେଇ ଜଣେ ଫ୍ୟାନ୍ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି "୧୨୦ ବଲ୍‌ରେ ୮୦ ଟି ଡଟ୍ ବଲ୍! ଆମେ ୨/୩ ବଲ୍ ନଷ୍ଟ କରିଦେଲୁ। ଏହା ଲଜ୍ଜାଜନକ! ଖେଳାଳି ଏବଂ ମ୍ୟାନେଜମେଣ୍ଟ ନିଜକୁ ଲଜ୍ଜିତ କରିବା ଉଚିତ।" ସେହିପରି ଅନ୍ୟ ଜଣେ ଲେଖିଛନ୍ତି “୮୦ ଡଟ୍ ବଲ୍ । ଏହି ଦେଶର କ୍ରିକେଟ୍ ସଂସ୍କୃତି ସେହି ପ୍ରସ୍ତର ଯୁଗରେ ଏବେ ବି ଫସି ରହିଛି।” ସେହିପରି ଆଉ ଜଣେ ଫ୍ୟାନ୍‌ ପାକିସ୍ତାନ ବ୍ୟାଟରଙ୍କ ତତ୍ପରତାର ଅଭାବ ବୋଲି ଏଭଳି ମନ୍ଥର ବ୍ୟାଟିଂଙ୍କୁ ସମାଲୋଚନା କରିଛନ୍ତି।



ସୂଚନା ଥାଉକି ଆଜିର ମ୍ୟାଚ୍‌ରେ ପାକିସ୍ତାନ ଭାରତ ବିପକ୍ଷରେ ୪୯.୪ ଓଭରରେ ମାତ୍ର ୨୪୧ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଛି। ଦଳ ପକ୍ଷରୁ ସୌଦ ଶକୀଲ ସର୍ବାଧିକ ୬୨ ରନ୍ କରିଥିବା ବେଳେ ରିଜୱାନ ଅହମଦ ୪୬ ଖୁସଦିଲ ଶାହ ୩୮ ରନ୍ କରିଥିଲେ। 

ଭାରତ ପକ୍ଷରୁ କେବଳ ମହମ୍ମଦ ଶାମିଙ୍କୁ ବ୍ୟତୀତ ସମସ୍ତ ବୋଲର ଭଲ ପ୍ରଦର୍ଶନ କରିଥିଲେ। କୁଲଦୀପ ଯାଦବ ସର୍ବାଧିକ ୩ ୱିକେଟ୍ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଦୁଇଟି ୱିକେଟ୍ ହାସଲ କରିଥିଲେ। ସେହିପରି ଅକ୍ଷର ପଟେଲ, ହର୍ଷିତ ରାଣା ଓ ରବୀନ୍ଦ୍ର ଜାଡ଼େଜା ଗୋଟିଏ ଲେଖାଏ ୱିକେଟ ନେଇଥିଲେ।


      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.