IND vs PAK CT 2025: ଦୁଲୁକିବ ଦୁବାଇ ଗ୍ରାଉଣ୍ଡ, ବିରାଟ କି ରୋହିତ ନୁହେଁ ଟିମ୍ ଇଣ୍ଡିଆ ପାଇଁ ଏକ୍ସ-ଫ୍ୟାକ୍ଟର ଏହି ଖେଳାଳି

Published By : Prameya-News7 Bureau | February 23, 2025 IST

ଦୁବାଇ: ଆଇସିସି ଚାମ୍ପିଅନ୍ସ ଟ୍ରଫି । ଦିନ ଅଢ଼େଇ ଟାରୁ ଦୁଲୁକିବ ଦୁବାଇ ଗ୍ରାଉଣ୍ଡ । ଭାରତ ଓ ପାକିସ୍ତାନ ମଧ୍ୟରେ ହାଇ-ଭୋଲଟେଜ୍ ଟକ୍କର ଦେଖିବାକୁ ମିଳିବ । ଟିମ୍ ଇଣ୍ଡିଆ ଆଜିର ମ୍ୟାଚ୍ ଜିତି ସେମି-ଫାଇନାଲରେ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିଛି । ସେପଟେ ପାକିସ୍ତାନ ପାଇଁ ଦୁବାଇ ମ୍ୟାଚ୍ କର ବା ମର ପରିସ୍ଥିତି ସୃଷ୍ଟି କରିଛନ୍ତି । ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିବା ବେଳେ ଆଜିର ମ୍ୟାଚରେ ପରାଜୟ ମିଳିଲେ ଆଇସିସି ଚାମ୍ପିଅନ୍ସ ଟ୍ରଫିରୁ ବାଦ୍ ପଡ଼ିବ ଦଳ ।  

ଦିନିକିଆ ଫର୍ମାଟରେ ଭାରତ ଏବଂ ପାକିସ୍ତାନ ଶେଷ ଥର ପାଇଁ ୨୦୧୭ରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ଖେଳିଥିଲେ । ଏଥିରେ ଭାରତୀୟ ଦଳକୁ ୧୧୦ ରନରେ ବଡ଼ ପରାଜୟ ମିଳିଥିଲା । ତେବେ ଏହି ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ସେହିପରି ୨୦୧୩ ଆଇସିସି ଚାମ୍ପିଅନ୍ସ ଟ୍ରମ୍ପ ଟୁର୍ଣ୍ଣାମେଣ୍ଟ ଉପରେ ନଜର ପକାଇଲେ, ଏଥିରେ ଭାରତୀୟ ଦଳ ଚାମ୍ପିଅନ ହୋଇଥିଲା । ସେହିପରି ୨୦୦୨ରେ ଶ୍ରୀଲଙ୍କା ସହିତ ଜଏଣ୍ଟ ଫାଇନାଲିଷ୍ଟ ହୋଇଥିଲା । 

ବର୍ତ୍ତମାନ ସୁଦ୍ଧା ଦୁଇ ଟିମ୍‌ର ଚାମ୍ପିଅନ୍ସ ଟ୍ରଫି ଯାତ୍ରା ଦେଖିଲେ, ଟିମ୍ ଇଣ୍ଡିଆ ପ୍ରଥମ ମୁକାବିଲାରେ ବାଂଲାଦେଶ ଦଳ ୬ ଓ୍ବିକେଟରେ ମାତ୍ ଦେଇଛି । ଅପରପକ୍ଷ୍ୟକୁ ଦେଖିଲେ ପାକିସ୍ତାନ ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ୬୦ରନ ରେ ପରାସ୍ତ ହୋଇଛି । ବାଂଲାଦେଶ ବିରୋଧରେ ଟିମ୍ ଇଣ୍ଡିଆକୁ ମିଳିଥିବା ବିଜୟର ଶ୍ରେୟ ଶୁବମନ ଗିଲକୁ ଦିଆଯାଇଛି । ଏହି ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରି ଶତକୀୟ ଇନିଂସ ଖେଳିଥିଲେ । ଅଧିନାୟକ ରୋହିତ ଶର୍ମା ୪୧ ରନ ପାଳି ଖେଳିଥିଲେ । କେ.ଏଲ ରାହୁଲ ମଧ୍ୟ ୪୧ର ଇନିଂସ ଖେଳିଥିଲେ । ସେହିପରି ଲମ୍ବା ବିରତି ପରେ ଚାମ୍ପିଅନ୍ସ ଟ୍ରଫିରେ ଦଳକୁ ଫେରିଥିବା ମହମ୍ମଦ ଶାମି ପ୍ରଥମ ମ୍ୟାଚରେ ୫ ଓ୍ବିକେଟ୍ ହଲ୍ ନେଇଛନ୍ତି । ହର୍ଷିତ୍ ରାଣାଙ୍କୁ ୩ ଓ୍ବିକେଟ୍ ମିଳିଥିବା ବେଳେ ଅକ୍ଷର ପଟେଲଙ୍କୁ ୨ ଓ୍ବିକେଟ୍ ମିଳିଥିଲା ।

ଟିମ୍ ଇଣ୍ଡିଆ ଏକ୍ସ ଫ୍ୟାକ୍ଟର:

ଚାମ୍ପିଅନ୍ସ ଟ୍ରଫିରେ ଟିମ୍ ଇଣ୍ଡିଆ ୩ଜଣ ଅଲରାଉଣ୍ଡରଙ୍କୁ ନେଇ ଖେଳୁଛି । ପ୍ରଥମ ମ୍ୟାଚର ଚୂଡ଼ାନ୍ତ ଏକାଦଶରେ ହାର୍ଦ୍ଦିକ୍ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା ଏବଂ ଅକ୍ଷର ପଟେଲ ରହିଥିଲେ । ତେବେ ତିନି ଅଲରାଉଣ୍ଡରଙ୍କ ମଧ୍ୟରୁ ଟିମ୍ ଇଣ୍ଡିଆ ପାଇଁ ଚାମ୍ପିଅନ୍ସ ଟ୍ରଫିରେ ଏକ୍ସ ଫ୍ୟାକ୍ଟର ହେଇଛନ୍ତି ଅକ୍ଷର ପଟେଲ । ତାଙ୍କର ବୋଲିଂ, ବ୍ୟାଟିଂ ଜବରଦସ୍ତ ରହିଛି । ପ୍ରଥମ ମ୍ୟାଚରେ ସେ ବାଂଲାଦେଶ ବିରୋଧରେ ଦୁଇଟି ଓ୍ବିକେଟ୍ ଅକ୍ତିଆର କରିଥିଲେ ।

ଟିମ୍ ଇଣ୍ଡିଆର ବଡ଼ ଚିନ୍ତା ବିରାଟ:

ଚାମ୍ପିଅନ୍ସ ଟ୍ରଫିରେ ଟିମ୍ ଇଣ୍ଡିଆ ପାଇଁ ବଡ଼ ଚିନ୍ତା ବିରାଟ କୋହଲି । ଇଂଲଣ୍ଡ ସହ ଦିନିକିଆ ସିରିଜରେ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ମଧ୍ୟ ବାଂଲାଦେଶ ବିରୋଧରେ ସେମିତି କିଛି ଖାସ୍ ପ୍ରଦର୍ଶନ ଦେଖାଇ ପାରିନଥିଲେ । ମାତ୍ର ୨୨ ରନ୍ କରି ଆଉଟ୍ ହୋଇଯାଇଥିଲେ ବିରାଟ୍ କୋହଲି । ତେଣୁ ପାକିସ୍ତାନ ବିରୋଧରେ ତାଙ୍କ ବ୍ୟାଟରୁ ବଡ଼ ଇନିଂସ ଆସିବ ବୋଲି କ୍ରିକେଟ୍ ପ୍ରେମୀ ଆଶା ରଖିଛନ୍ତି ।

ସେପଟେ ଭାରତ ଏବଂ ପାକିସ୍ତାନର ରେକର୍ଡ ଉପରେ ନଜର ପକାଇଲେ, ଦିନିକିଆ ଫର୍ମାଟରେ ଦୁଇ ଦେଶ ମୋଟ୍ ୧୩୫ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି । ଏଥିମଧ୍ୟରୁ ଟିମ୍ ଇଣ୍ଡିଆକୁ ୫୭ଟି ମ୍ୟାଚରେ ବିଜୟ ମିଳିଥିବା ବେଳେ ପାକିସ୍ତାନ ୭୩ ମ୍ୟାଚ୍ ଜିତିଛି । ୫ଟି ମ୍ୟାଚରେ କୌଣସି ଫଳ ବାହାରିନାହିଁ । ସେହିପରି ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଦୁଇ ଦେଶ ମଧ୍ୟରେ ୫ଟି ମ୍ୟାଚ୍ ଖେଳାଯାଇଛି । ଏଥିରୁ ପାକ୍ ଟିମକୁ ୩ଟି ବିଜୟ ମିଳିଥିବା ବେଳେ ଦୁଇଟି ମ୍ୟାଚ୍ ଜିତିଛି ଭାରଚ ।...  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.